ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ 4 କୋଟି ଜବତ, ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ଗିରଫ

 ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କଠାରୁ ମଙ୍ଗଳବାର ରାତିରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଛି ଭିଜିଲାନ୍ସ । ଆଜି ଦେବବ୍ରତ ମହାନ୍ତିଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଛି । ତଢାଉ ସମୟରେ ତାଙ୍କ ଘରୁ 4 କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । କୋଟିପତି ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଏସପି ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦେବବ୍ରତଙ୍କୁ ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭିଜିଲାନ୍ସ ସୂଚନା ଅନୁଯାୟୀ, କୋଇଲା ଡିପୋ ଭଲରେ ଚାଲିବା ତଥା ପରିବହନ ପାଇଁ ଅନୁମତି ଦେବା ପ୍ରତିଶ୍ରୁତି ଦେଇ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଏହି ଟଙ୍କା ଲାଞ୍ଚ ନେଉଥିଲେ । ଧରା ପଡିବା ପରେ ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏ ନେଇ ଦେବବ୍ରତଙ୍କୁ ଅଧିକ ପଚରାଉଚରା ଜାରି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button