ଭୟଙ୍କର ଅଗ୍ନିକାଣ୍ଡ; ହୁତୁହୁତୁ ହୋଇ ଜଳିଗଲା ସୁପରମାର୍ଟ

ଭୁବନେଶ୍ୱର: ରାଜଧାନୀର ଏକ ସୁପର ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହୁତୁହୁତୁ ହୋଇ ଜଳୁଛି ଧଉଳି-ଲିଙ୍ଗିପୁର ନିକଟରେ ଥିବା ଏକ ସୁପରମାର୍ଟର ତୃତୀୟ ମହଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛି । ଏହି ନିଆଁ ଗତକାଲି (ସୋମବାର) ରାତି ଅର୍ଥାତ୍ ଦୀର୍ଘ 12 ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ହେଲାଣି ଲାଗିଥିବା ବେଳେ ଲିଭାଇବା ପାଇଁ ନୟାନ୍ତ ହେଲେଣି ଅଗ୍ନିଶମ କର୍ମଚାରୀ । ବର୍ତ୍ତମାନ କ୍ରେନ୍ ଜରିଆରେ କୋଠାର ତୃତୀୟ ଓ ଚତୁର୍ଥ ମହଲା କାନ୍ଥ ଖୋଳି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି । ଗତକାଲି ରାତି ପ୍ରାୟ 10.20 ସମୟରେ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଲୁଇସ୍ ରୋଡ ପାର୍ଶ୍ବରେ ଥିବା ଏକ ସୁପରମର୍ଟର ଚତୁର୍ଥ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ସମୟରେ ସେଠାରେ 4 କର୍ମଚାରୀ କାମ କରୁଥିବା ବେଳେ ଜଣେ କର୍ମଚାରୀ ମାଲିକଙ୍କୁ ଅର୍ଡ ଦେବା ପାଇଁ ଯିବା ବେଳେ ପ୍ରଥମେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ମାଲିକଙ୍କୁ ଜଣାଇଥିଲେ । ଏହାପରେ ମାଲିକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି । ପ୍ରାଥମିକ ଦତନ୍ତରୁ ସର୍ଟ ସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି ଅଗ୍ନିଶମ କର୍ମଚାରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button