ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା; ଜେଲ ଗଲେ ପାଞ୍ଚ ଅଭିଯୁକ୍ତ

ଭୁବନେଶ୍ବର: ରାଜକନିକା ଥାନା ଅନ୍ତର୍ଗତ ଏକ ଘରୋଇ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଓ ଅଣଶିକ୍ଷକଙ୍କ ଦ୍ଵାରା ଦୁଷ୍କର୍ମ ଘଟଣାରେ ଆଜି ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟପଟେ ଏହା ଏକ କପୋଳକଳ୍ପିତ ମିଛ ଅଭିଯୋଗ ହୋଇଥିବା କହି ରାଜକନିକା ଥାନା ଆଗରେ ଦୀର୍ଘ ସମୟ ଧରି ଶିକ୍ଷକ ମାନଙ୍କୁ ନେବା ପାଇଁ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏପଟେ ମହିଳା ବିରୋଧୀ ଅପରାଧ (CAW) ଶାଖା ଏହି ମାମଲାର ତଦନ୍ତ ତଦାରଖ କରୁଛି । ତଦନ୍ତ ଶୀଘ୍ର ସମାପ୍ତ କରିବା ପାଇଁ ତଦନ୍ତକୁ ତ୍ୱରାନ୍ୱିତ କରାଯାଉଛି ପଟ୍ଟାମୁଣ୍ଡାଇର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କହିଛନ୍ତି । ତେବେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବିଜେଡି ତୁରନ୍ତ ନ୍ୟାୟ ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ ଦାବି କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button