ଭିଜିଲାନ୍ସ ପଞ୍ଝାରେ ତହସିଲଦାର, ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ । ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ପଥର ଗାଡ଼ି ଛାଡ଼ିବାକୁ ନେଇ ଅଫିସ୍ ଭିତରେ ନେଉଥିଲେ ଲାଞ୍ଚ ଟଙ୍କା । ବାଲେଶ୍ୱର ଜିଲ୍ଲା ସୋର ତହସିଲର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ଲାଞ୍ଚ ଟଙ୍କା ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ l ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ୩ଟାରେ ସେ ସୋର ଟ୍ରକ୍ ସଂଘର ଜଣେ ବ୍ୟକ୍ତିଙ୍କ ଜରିଆରେ ଲାଞ୍ଚ ଟଙ୍କା ନେବାବେଳେ ମାଡିବସିଲା ଭିଜିଲାନ୍ସ l ସୋର ପୌରପାଳିକା ପଠାଣ ମହଲାର ଖାନ କାଦ୍ରୀଙ୍କ ଦୁଇ ଟ୍ରକ୍ ଓ ତାଙ୍କ ଭିଣୋଇଙ୍କର ତିନି ଟ୍ର ଜବତ କରିଥିଲେ ଭାରପ୍ରାପ୍ତ ତହସିଲଦାର । ଜବତ ଟ୍ରକ୍କୁ ଖଣି ବିଭାଗକୁ ନଦେଇ ଥାନାକୁ ହସ୍ତାନ୍ତର କଲେ ସହଜରେ ଟ୍ରକ୍ ଛାଡ଼ ହେବ ପ୍ରଲୋଭନ ଓ ଖଣି ବିଭାଗ ଫାଇନରୁ ବର୍ତ୍ତିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ l ପରେ ଦୟାନିଧି ଜେନାଙ୍କ ମାଧ୍ୟମରେ ୪୦ ହଜାର ଟଙ୍କା କଥା ଛିଡିଥିଲା l ଗୁରୁବାର ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୈତାରୀ ମଲ୍ଲିକ ଓ ଦୟାନିଧି ଜେନା ଭିଜିଲାନ୍ସ ହାତରେ ଧରାପଡିଥିଲେ l ଭିଜିଲାନ୍ସ ପ୍ରଥମେ ଦୈତାରୀ ମଲ୍ଲିକଙ୍କୁ ଭଡାଘରୁ ଧରିବା ପରେ ଟ୍ରକ୍ ଆସୋସିଏସନ ସଦସ୍ୟ ଦୟାନିଧି ଜେନାଙ୍କୁ ଉତ୍ତରେଶ୍ୱର ଠାରେ ଧରିଥିଲା l ସୋର ତହସିଲରେ ଭାରପ୍ରାପ୍ତ ତହସିଲଦାର ଭାବେ ଦୈତାରୀ ମଲ୍ଲିକ କାର୍ଯ୍ୟ କରୁଥିଲେ l ସେ ଦୀର୍ଘ ଦିନ ଧରି ସୋର ଭାରପ୍ରାପ୍ତ ତହସିଲଦାର ଓ କିଛି ଦିନ ସୋର ଉପ ନିବନ୍ଧକ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଅଧିକାରୀ କାର୍ଯ୍ୟ କରିଥିଲେ l ତହସିଲ ପଛ ବଢ଼େଇ ସାହିରେ ଭଡା ନେଇ ରହୁଥିବା ଦୈତାରୀ ମଲ୍ଲିକଙ୍କ ଉପସ୍ଥିତିରେ ଭଡା ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା l



