ଟି୨୦ ବିଶ୍ୱକପ୍ ରୁ ବାଦ ପଡ଼ିଲେ ଅଧିନାୟକ ମିଚେଲ ମାର୍ଶ

ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପ୍ ସମୟରେ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଧିନାୟକ ମିଚେଲ ମାର୍ଶ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ମାର୍ଶ ଆହତ ହୋଇଛନ୍ତି, ଯାହା ଯୋଗୁଁ ସେ ଆଜି ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲା। ପରବର୍ତ୍ତୀ ସମୟରେ ଖବର ପ୍ରକାଶ ପାଇଲା ଯେ, ମାର୍ଶଙ୍କୁ ସମଗ୍ର ବିଶ୍ୱକପ୍ ରୁ ବାଦ ଦିଆଯାଇଛି, ଏବଂ ଷ୍ଟିଭ୍ ସ୍ମିଥଙ୍କୁ ଅଷ୍ଟ୍ରେଲିଆ ଦଳରେ ଷ୍ଟାଣ୍ଡ-ବାଏ ଖେଳାଳି ଭାବରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ, ମିଚେଲ ମାର୍ଶଙ୍କ ଜଙ୍ଘ ଉପରେ ଆଘାତ ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଛି। ତାଙ୍କୁ ବିଶ୍ରାମ ଆବଶ୍ୟକ।

Related Articles

Leave a Reply

Your email address will not be published. Required fields are marked *

Back to top button