ମିଳୁନି ନିଖୋଜ ସାର୍ଥକଙ୍କ ପତ୍ତା:ତଦନ୍ତ ଦାବି କଲା କଳିଙ୍ଗ ନାବିକ କୁଟୁମ୍ବ

ଭୁବନେଶ୍ବର: ଆଜି ଭୁବନେଶ୍ୱର ୟୁନିଟ-8 ସ୍ଥିତ ନାଭି ହାଉସରେ (SAO) ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଭିନ୍ନ ଦିଗ ଉପରେ ସ୍ୱର ଉତ୍ତୋଳନ କରାଯାଇଛି । ସଙ୍ଘର ସଦସ୍ୟମାନେ ବିଭିନ୍ନ ପ୍ଲାକାର୍ଡ ଧରି ସରକାର ଓ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ (DGS)ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି କ୍ୟାପଟେନ୍ ନବୀନ ଚନ୍ଦ୍ର ଶର୍ମା କହିଛନ୍ତି, ‘ସମୁଦ୍ରରେ ହଜିଯିବା ଏକ ସାଧାରଣ ଘଟଣା ନୁହେଁ । ଏହା ବହୁତ ବିରଳ ଭାବରେ ଘଟେ । ଯେତେବେଳେ ଏଭଳି ଘଟଣା ଘଟେ, ଏହା ଏକ ପରିବାରକୁ ଅନେକ ପ୍ରଭାବିତ କରେ । ନିଖୋଜର ପ୍ରଥମ କିଛି ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ଯଦି ପ୍ରଥମ କିଛିଘଣ୍ଟା ମଧ୍ୟରେ କିଛି ପଦକ୍ଷେପ ନିଆଯାଏ ନାହିଁ ତେବେ ପରବର୍ତ୍ତୀ ପଦକ୍ଷେପ ଗୁଡ଼ିକ ଫଳପ୍ରଦ ହୁଏ ନାହିଁ । ଆଜି ସାର୍ଥକଙ୍କ ପରିବାର ସଦସ୍ୟ ମାନେ ଏକ କଷ୍ଟକର ସମୟ ଦେଇ ଅତିବାହିତ କରୁଛନ୍ତି । ପ୍ରକୃତରେ କ’ଣ ଘଟୁଛି ତାହା ଜାଣିପାରୁ ନାହାନ୍ତି । ଏମିତି କ’ଣ ଘଟୁଛି ଏବଂ କାହିଁକି ଘଟୁଛି, Directorate General of Shipping (DGS) ଭଲଭବେ ଦୃଷ୍ଟି ଦେବା ଦରକାର ।’



