ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦସ୍ତଖତ ଅଭିଯାନ

କେନ୍ଦ୍ରାପଡା / ରାଜକନିକା : ସାରା ଓଡ଼ିଶାରେ ଆରମ୍ଭ ହେଇଛି ଦସ୍ତଖତ ଅଭିଯାନ | କେନ୍ଦ୍ର ସରକାରଙ୍କ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କରାଯାଇଛି ଏହି ଅଭିଯାନ | ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ କରାଯାଇଛି | ଆଜି କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ଯଥା କେନ୍ଦ୍ରାପଡା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡା, ମାର୍ଶାଘାଇ, ଗରଦପୁର, ଡେରାବିସ ଓ ରାଜକନିକା ବ୍ଲକର ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ କରାଯାଇଛି ଦସ୍ତଖତ ଅଭିଯାନ |

ଏଥିରେ ରାଜକନିକା ବ୍ଲକ କଂଗ୍ରେସ କମିଟି ସଭାପତି ମଂଗୁଳି ଚରଣ ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ସତ୍ୟ ପରିଡା, ପ୍ରମୋଦ ପତି, ବିଦ୍ୟାଧର ବରଜୁ , ମୁରଲିଧର ନାୟକ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ | ଦସ୍ତଖତ ଅଭିଯାନ ଅବସରରେ ମୁଖ୍ୟ ଅତିଥି ଭାବେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ |

Related Articles

Leave a Reply

Your email address will not be published.

Back to top button