ବରଗଡ଼ ଗୋଷ୍ଠୀ ସଂଘର୍ଷ: ୨ ମୃତ

ଭୁବନେଶ୍ବର: ବରଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ 2 ମୃତ ।  ହାଟପଦା ସାଇ ମନ୍ଦିର ନିକଟରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଦୁଇଜଣ ହେଲେ କଲେଜ ରୋଡକ ପ୍ରଦୀପ ଲୁହା ଏବଂ ଗୋବିନ୍ଦପାଲିର ସୁରଜ ବାରିକ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପ୍ରଦୀପଙ୍କ ଘଟଣା ଦିନ ରାତିରେ ହିଁ ମୃତ୍ୟୁ ହୋଇଥିବା ବେଳେ ଗତକାଲି  ସୁରଜଙ୍କର ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ବଡ଼ ମେଡ଼ିକାଳରେ ମୃତ୍ୟୁ ଘଟିଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ବରଗଡ଼ ପୋଲିସ ପକ୍ଷରୁ ବିଶିପଡାଠାରେ ପୋଲିସର ଛାଉଣୀ କରାଯାଇଥିବା ବେଳେ 6 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ବରଗଡ଼ ଅତିରିକ୍ତ ଏସପି ଶିବ ପ୍ରସାଦ ବିଶ୍ୱାଳ କହିଛନ୍ତି,” ଖୁବଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ କରାଯିବ । ପୋଲିସ ସବୁ ଦିଗକୁ ନେଇ ତଦନ୍ତ ଚଳାଇଛି । ବର୍ତ୍ତମାନ ସ୍ଥିତି ଶାନ୍ତ ରହିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି । “

Related Articles

Leave a Reply

Your email address will not be published. Required fields are marked *

Back to top button