ଆମପାଇଁ ’ଦେଶ’ ର ଅର୍ଥ କେବଳ ’ଜାତୀୟ ସେବା’: ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର: ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଡିଫେନ୍‌ସ କଲେଜ୍‌ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।ଏହି ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀ ମାନଙ୍କ ସମେତ ଆର୍ମେନିଆ, ଭୁଟାନ, ଶ୍ରୀଲଙ୍କା, ମଙ୍ଗୋଲିଆ, ଏବଂ ନେପାଳର ସେନାବାହିନୀ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମପାଇଁ “ଦେଶ” ର ଅର୍ଥ ହେଉଛି କେବଳ ଜାତୀୟ ସେବା । ଏହା ଆମର ପ୍ରତିବଦ୍ଧତା। ପ୍ରତ୍ୟେକ ସାମରିକ ଅଧିକାରୀଙ୍କ ଭାବାବେଗ ସହିତ ଆମର ଏହି ମନୋଭାବ ଗଭୀର ଭାବରେ ଜଡିତ ବୋଲି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ। ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅପରେସନ ସିନ୍ଦୁର ସମୟରେ ଆମର ବାହିନୀ ଦ୍ୱାରା ଦେଖାଯାଇଥିବା ସାହସ ଏବଂ ସାହସିକତାକୁ ମୁଁ ସଲାମ କରୁଛି। ଏହି ଅପରେସନ୍ ଆପଣଙ୍କ ଶୃଙ୍ଖଳା, ଦୃଢ଼ ପ୍ରତିବଦ୍ଧତା ଏବଂ ନିଃସ୍ୱାର୍ଥପର ସେବାର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏଥିସହିତ, ମୁଖ୍ୟମନ୍ତ୍ରୀ ପ୍ରାଚୀନ ଓଡ଼ିଶାର ବୀରତ୍ୱ ଏବଂ ପରାକ୍ରମ ଉପରେ ଆଲୋକପାତ କରିବା ସହିତ ଶିଳ୍ପ, ଭିତ୍ତିଭୂମି, ଶିକ୍ଷା, କ୍ରୀଡା ଏବଂ ବିପର୍ଯ୍ୟୟ ପରିଚାଳନାରେ, ଆମ ରାଜ୍ୟ ଆଜି ସମଗ୍ର ଭାରତରେ କିଭଳି ଏକ ନୂତନ ପରିଚୟ ସୃଷ୍ଟି କରିଛି, ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button