ଅଷ୍ଟଶମ୍ଭୁ କରିଡର ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ

ଭୁବନେଶ୍ବର: ନିଆଳି ହେବ ଧାର୍ମିକ ପର୍ଯ୍ୟଟନସ୍ଥଳୀ । ନିର୍ମାଣ ହେବ ଅଷ୍ଟଶମ୍ଭୁ କରିଡର । ଏଥିପାଇଁ 24 କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ତେବେ ଆଜି(ବୁଧବାର) କଟକ ଜିଲ୍ଲାର ନିଆଳି ଅଚିହ୍ନା ପଡିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଷ୍ଟଶମ୍ଭୁ ମନ୍ଦିରର ପୁନରୁଦ୍ଧାର ହେଲେ ନିଆଳି ତାର ପୁନଃ ଇତିହାସ ଫେରି ପାଇବା ସହିତ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ‘ପ୍ରାଚୀ କୂଳରେ ଥିବା ସମସ୍ତ ଶମ୍ଭୁ, ମାଧବ ଓ ସମସ୍ତ ଶକ୍ତିକୁ ଯୋଡି ଗୋଟିଏ ଅଷ୍ଟଶମ୍ଭୁ ଆଧ୍ୟାତ୍ମିକ କରିଡର କରିଛୁ । ପ୍ରାଚୀ କୂଳରେ ଅନେକ ମଠ ଅଛି ତାର ତଥ୍ୟ ଆସିଲେ ବିକାଶ କରାଯିବ । ତେବେ ପ୍ରାଚୀ କୂଳରେ ମହାମନିଷୀ ଏଠାରେ ରହି ତପ ଓ ସାଧନା କରୁଥିଲେ । ଅନ୍ଧ କପଳେଶ୍ବର ଠାରୁ ମୁକ୍ତେଶ୍ବର ପର୍ଯ୍ୟନ୍ତ କରିଡର ଅଛି ଗୋଟିଏ ପଟେ ତପସ୍ୟା ଆଉ ଗୋଟିଏ ପଟେ ମୁକ୍ତି, ତେଣୁ ଏ କ୍ଷେତ୍ର ହେଉଛି ପ୍ରାଚୀ କ୍ଷେତ୍ର । ଏହାକୁ ପ୍ରାଧାନ୍ୟ ଦେଇ ଏକ ଶମ୍ଭୁଙ୍କ କରିଡର କରାଯାଇଛି ।’

Related Articles

Leave a Reply

Your email address will not be published. Required fields are marked *

Back to top button