ପୁଣି ବିମାନ ଦୁର୍ଘଟଣା: ସାଂସଦଙ୍କ ସମେତ ୧୫ ମୃତ

ନୂଆଦିଲ୍ଲୀ: ପୁଣି ବିମାନ ଦୁର୍ଘଟଣା । ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା । ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । କଲମ୍ବିଆ- ଭେନେଜୁଏଲା ସୀମାବର୍ତ୍ତୀ କାଟାଟୁମ୍ବୋ ଜଙ୍ଗଲରେ ବଡଧରଣର ବିମାନ ଦୁର୍ଘଟଣା ଘଟିଛି । କଲମ୍ବିଆର ସରକାରୀ ବିମାନ ସେବା ସଂସ୍ଥା ସାଟେନା ଦ୍ୱାରା ପରିଚାଳିତ ଏହି ବିମାନରେ ଥିଲେ ୧୫ ଜଣ । ସମସ୍ତଙ୍କର ମୃତ୍ୟୁ ହୋଇଛି । ବିମାନଟି ସ୍ଥାନୀୟ ସମୟ ୧୧ଟା ୪୫ରେ କୁକୁଟାରୁ ଓକାନା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏବଂ ଉଡାଣ ଭରିବାର ୨୦ ମିନିଟ ପରେ ନିଖୋଜ ହୋଇଯାଇଥିଲା । ବିମାନରେ ୧୩ ଜଣ ଯାତ୍ରୀ ୨ କ୍ରିଉ ସଦସ୍ୟ ଥିଲେ । ମୃତକଙ୍କ ମଧ୍ୟରେ କଲମ୍ବିଆର ଜଣେ ପ୍ରତିଷ୍ଠିତ ସାଂସଦ ଡିଓଜେନେସ କ୍ୱିଣ୍ଟେରୋ ମଧ୍ୟ ରହିଛନ୍ତି । କଲମ୍ବିଆ ବାୟୁସେନା ଏବଂ ସିଭିଲ ଆଭିଏସନ ପକ୍ଷରୁ ତୁରନ୍ତ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା । କିନ୍ତୁ ପ୍ରବଳ ବର୍ଷା , କୁହୁଡି ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ହୋଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button