ରାସ୍ତା ନୁହେଁ ଲକ୍ଷ୍ମଣ ରେଖା, ବାଉଁଶ ପୋଲ ପାଲଟିଛି ସ୍ଥାନୀୟ ଗ୍ରାମବାସୀଙ୍କ ଆଶ୍ରା

କେନ୍ଦ୍ରାପଡା : ରାସ୍ତା ମଝିରେ ସୃଷ୍ଟି ହେଲା ଘାଇ | ଦୁଇ ଭାଗ ହେଇଗଲା ରାସ୍ତା | ଗମନାଗମନ ବିଚ୍ଛିନ୍ନ ପରେ ବାଉଁଶ ପୋଲରେ ରାସ୍ତା ପାର ହେଉଛନ୍ତି ଲୋକେ | ଗାଡି ମଟର ବନ୍ଦ |

ରାଜକନିକା ବ୍ଲକ ଅନ୍ତର୍ଗତ ତରାସ ଗ୍ରାମ ପଞ୍ଚାୟତର ତରାସ -ବୁରୁଡିଆ ରାସ୍ତା , ଯାହାକି ଇରିଗେସନ୍ ଡିପାର୍ଟମେଣ୍ଟ ଦ୍ୱାରା ହସ୍ତାନ୍ତର ହେଲାଣି ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧହେବ | କିନ୍ତୁ ଥରେ ନ ଦେଖଲେ ଆଖିକୁ ବିଶ୍ୱାସ କରିପାରିବେ ନାହିଁ | ଏଭଳି ରାସ୍ତା ହୁଏ ତ ଓଡିଶା ମାନଚିତ୍ରରେ ସ୍ଥାନ ପାଇବା କଥା | ସେହିଭଳି ଭାବେ ଚିର ଅବହେଳିତ ଅବସ୍ଥାରେ ପଡି ରହିଛି | ଅଧାପନ୍ତରିଆ ଭାବେ କାର୍ଯ୍ୟକରାଯାଇଥିବା ରାସ୍ତାରେ ବିଶାଳ ଖାଲଖମାରେ ପରିଣତ ହୋଇଥିବା ଅନେକ ଲୋକେ ଦେଖିଥିବେ କିନ୍ତୁ ଏବେ ସେଥିରେ ବନ୍ୟା ଆସିଛି | ଅର୍ଥାତ ରାସ୍ତା ଏବେ ଦୁଇ ଭାଗରେ ପରିଣତ ହେଇଛି | ବୈତରଣୀ ନଦୀର ତଟବର୍ତ୍ତୀ ଏହି ଦୁଇଟି ଗ୍ରାମର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଦୈନିକ ଏହି ରାସ୍ତା ଦେଇ ଶହ ଶହ ଲୋକେ ଜୀବନ ଜୀବିକା ପାଇଁ ଯାତାୟାତ କରୁଛନ୍ତି | ଖାଲି ସେତିକି ନୁହେଁ ଏହି ରାସ୍ତା ମଧ୍ୟ ଦେଇ ମେଡିକାଲ୍, ଅଙ୍ଗନୱାର୍ଡୀ କର୍ମୀ , ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀମାନେ ଯା ଆସ କରୁଛନ୍ତି | ଘାଇ ହେଇଥିବା ଏହି ନାଳିରେ କେତେବେ କୁମ୍ଭୀର ଆସି ଆକ୍ରମଣ ନ କରିବା କିଏ କହିବ | ଲୋକେ ଭୟର ସହ କାଳାତିପାତ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ତରାସ ଗ୍ରାମ ପଞ୍ଚାୟତର ସରପଞ୍ଚ ବାସୁଦେବ ବିଶ୍ୱାଳ |

ଆହୁରି ମଧ୍ୟ ସରପଞ୍ଚ ବାସୁଦେବ ବିଶ୍ୱାଳ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ନଦୀରୁ ଲୁଣାପାଣି ମାଡିଯାଇଛି ଚାଷୀମାନେ ଚାଷ କରୁଥିବା ଫସଲ ନଷ୍ଟ ହେଇଛିି | ଦୈନିକ ଶହ ଶହ ଲୋକ ମାନେ ଯାତାୟାତ କରୁଛନ୍ତି , ଗାଡି ମୋଟର ଚଳାଚଳ ହୋଇପାରୁନାହିଁ | ଏପରିକି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସବୁବେଳେ ବାଧାପ୍ରାପ୍ତ ସୃଷ୍ଟି ହେଉଛି | ତେଣୁ ତୁରନ୍ତ ରାଜ୍ୟ ସରକାର ଓ କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ ଦୃଷ୍ଟି ଆକର୍ଷଣ କଲେ ଏହି ଦୁଇଟି ଗ୍ରାମର ଅଧିବାସୀମାନେ ଉପକୃତ ହେବେ |

ରାଜକନିକା ଅଂଚଳବାସୀ ଏହି ରାସ୍ତାକୁ ନେଇ କ୍ଷ୍ୟୁବ୍ଧ ହେବା ସହ ଆଗାମୀ ଦିନରେ ଯଦି ଏହାର ସମାଧାନ ନହୁଏ ତେବେ ପ୍ରତିବାଦ ଆନ୍ଦୋଳନର ରୂପନେଇ ରାଜରାସ୍ତାକୁ ଓହ୍ଲାଇ ଆସିବେ | ଖାଲି ସେତିକି ନୁହେଁ ଏହି ରାସ୍ତାକୁ ନେଇ ନୁତନ କଲଭର୍ଟ ନିର୍ମାଣ କାର୍ଯ୍ୟ ନିମନ୍ତେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ସୁଦ୍ଧା ନିଦାବିଷ୍ଣୁ ପାଲଟିଛି ଜିଲ୍ଲା ପ୍ରଶାସନ | ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଅଛନ୍ତି ବୋଲି ବାରମ୍ବାର ଡିଣ୍ଡିମ ପିଟୁଥିଲେ ସୁଦ୍ଧା ଏହି ରାସ୍ତା ଆଜି ସୂଚେଇ ଦେଇଛି ଯେ କାମ ଅପେକ୍ଷା କଥା ବେଶୀ ଏବଂ ନିର୍ବାଚନ ବେଳର ପ୍ରତିଶୃତି ପାଣିର ଗାର ପାଲଟିଛି |

Related Articles

Leave a Reply

Your email address will not be published.

Back to top button