ରଘୁନାଥ ପୂଜାରୀଙ୍କୁ ‘ବିନୋଦ ମେହେର ସ୍ମୃତି ସମ୍ମାନ’ରେ ସମ୍ମାନିତ

ବରଗଡ଼: କବିପୀଠ ବରପାଲିଠାରେ ଓଡିଶା ସାହିତ୍ୟ ଏକାଡେମୀ ଏବଂ ଗଙ୍ଗାଧର ମେହେର ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ କବି ପୌତ୍ର ଵିନୋଦ ଚନ୍ଦ୍ର ମେହେରଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଜାନୁଆରୀ ୨୫ ତାରିଖ ଦିନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ବିଜେପୁର ବିଧାୟକ ସନତ ଗଡତିଆ, ଚୂଡ଼ାମଣି ସେଠ୍ ପୂର୍ବତନ ପ୍ରଶାସକ, ଋୁକ୍ମଣ ମେହେର, ତହସିଲଦାର ଯଥାକ୍ରମେ ମୁଖ୍ୟଅତିଥି, ବିଶିଷ୍ଟ ଅତିଥି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l

ମୁଖ୍ୟବକ୍ତା ଥିଲେ ଡ ରବୀନ୍ଦ୍ର ଗଡତିଆ l ସଭାମୁଖ୍ୟ ଥିଲେ ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧ୍ୟକ୍ଷ ମିହିର ମେହେର। ବର୍ଷୀୟାନ ଶିକ୍ଷକ ରଘୁନାଥ ପୂଜାରୀଙ୍କୁ ବିନୋଦ ମେହେର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା l

ଏହି ଅବସରରେ ବିନୋଦ ଶତବାର୍ଷିକୀ ଶୀର୍ଷକ ସ୍ମରଣିକା, ଵିନୋଦ ଜ୍ୟୋତି ଆଦି ପୁସ୍ତକ ଗୁଡ଼ିକ ଲୋକାର୍ପିତ ହୋଇଥିଲା l କବି ପରିବାର ଓ ସ୍ମୃତିରେ ସ୍ମୃତିରେ… କବି ପୌତ୍ର। ଵିନୋଦ ଶୀର୍ଷକ ଫଟୋ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଥିଲା l ସଭା ଆରମ୍ଭରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଗଙ୍ଗାଧର କଳା ପରିଷଦର ବୀରେନ୍ଦ୍ରନାଥ ନାଗ ଓ ସାଥୀ l ଡ ଶୁକମୁନି ମେହେର ସଭା ପରିଚାଳନା କରିଥିଲେ ଏବଂ ମନୋରଞ୍ଜନ ମେହେର ଧନ୍ୟବାଦ୍ ଅର୍ପଣ କରିବାପରେ ସଭା ସାଙ୍ଗ ହୋଇଥିଲା l




