କଂଗ୍ରେସର ବିରାଟ ଗଣଧାରଣା ସଫଳତାର ସହ ସମାପ୍ତ

କେନ୍ଦ୍ରାପଡା: କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ବିରାଟ ଗଣଧାରଣା | ଏହି ଗଣଧାରଣାକୁ ସଫଳ କରିବାପାଇଁ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତାମାନେ ରଣହୁଙ୍କାର ଦେଇଛନ୍ତି |

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ କାର୍ଯ୍ୟାଳୟ ସମ୍ମୁଖୀନ ବିଶାଳ ଗଣଧାରଣା ଆୟୋଜିତ ହୋଇଯାଇଛି | ଏହି ସଭାରେ ରାଜକନିକା ବ୍ଲକ କଂଗ୍ରେସ କମିଟି ସଭାପତି ମଂଗୁଳି ଚରଣ ବେହେରାଙ୍କ ସଭାପତିତ୍ୱରେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା, ପୁର୍ବତନ ବ୍ଲକ କଂଗ୍ରେସ କମିଟି ସଭାପତି ବାବୁରାମ ଜେନା , କୃତିବାସ ଜେନା, ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ବରଜୁ ,ମୁରଲି ଧର ନାୟକ, ଉମେଶ ଚନ୍ଦ୍ର ପରିଡା, ପ୍ରମୋଦ ପତି ପ୍ରମୁଖ ଉପସ୍ଥିତ ଥିଲେ | ତା ସହିତ କେନ୍ଦ୍ର ସରକାରଙ୍କ ଆହେତୁକ ପେଟ୍ରୋଲ ଓ ଡିଜେଲ ଦର ଓ ରନ୍ଧନ ଗ୍ୟାସ୍ ର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରାଯିବା ପାଇଁ ରାଜକନିକା ବ୍ଲକର ବିଡିଓ ଅଶୋକ କୁମାର ମହାନ୍ତିଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି | ଘଟଣା ସ୍ଥଳରେ ରାଜକନିକା ଥାନାର ଆଇ ଆଇ ସି ଉମାକାନ୍ତ ନାୟକ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯାଇଥିଲା |

ପ୍ରକାଶ ଥାଉ କି, ଗତ ଜୁଲାଇ ୫ ତାରିଖରେ ରାଜକନିକା ବ୍ଲକ ଅନ୍ତର୍ଗତ କଣ୍ଟପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କଂଗ୍ରେସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ରାଜକନିକା ବ୍ଲକର କଂଗ୍ରେସ କମିଟି ସଭାପତି ମଂଗୁଳି ଚରଣ ବେହେରା କଂର ସଭାପତିତ୍ୱ କରିଥିଲେ | ତତ ସଂଗେ ସଂଗେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଯୋଗଦେବା ସହ ରାଜକନିକା ବ୍ଲକ କଂଗ୍ରେସ ଦଳ ସରପଞ୍ଚ ଓ ସମିତି ସଭ୍ୟ, ଓ ବରିଷ୍ଠ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ | ଆଗାମୀ ପଂଚାୟତ ନିର୍ବାଚନକୁ ଆଖିଆଗରେ ରଖି କିଭଳି ଭାବେ ରଣନୀତି ପ୍ରସ୍ତୁତ କରିବେ ସେଥିପାଇଁ ବସିଥିଲା ଏହି ପ୍ରସ୍ତୁତି ବୈଠକ |

Related Articles

Leave a Reply

Your email address will not be published.

Back to top button