ମାରପିଟ୍ ହୋଇ ଲହୁଲୁହାଣ ଘଟଣା: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ବର: ୨ ଶିକ୍ଷୟତ୍ରୀ ମାରପିଟ୍ ହୋଇ ଲହୁଲୁହାଣ ଘଟଣାରେ ଆକ୍ସନ । ବୁର୍ଲା କିର୍ବା ଉଚ୍ଚ ପ୍ରାଥମିକ ସ୍କୁଲର ୨ ଶିକ୍ଷୟତ୍ରୀ ନିଲମ୍ବିତ କରାଯାଇଛି । ନିଲମ୍ବିତ ଦୁଇ ଶିକ୍ଷୟତ୍ରୀ ହେଲେ ସର୍ମିଷ୍ଠା ପଲେଇ ଓ କସ୍ତୁରୀ ଜେନା । ୨ ଶିକ୍ଷୟତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଧନକଉଡା ବିଇଓ କରନ ଶର୍ମା । ନିଲମ୍ବିତ ଅବଧିରେ ଶିକ୍ଷୟିତ୍ରୀ ସର୍ମିଷ୍ଠା ପଲେଇଙ୍କୁ କୁଦ – ଅମଲିପାଲି ଓ କସ୍ତୁରୀ ଜେନାଙ୍କୁ ପାଣ୍ଡିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି ଏବଂ ବିନା ଅନୁମତିରେ ହେଡକ୍ୱାଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯାଗ୍ୟ, ଗତ ୧୫ ତାରିଖରେ ପାଇଖାନା ସଫେଇ କାର୍ଯ୍ୟକୁ ନେଇ ହୋଇଥିଲା ମାଡଗୋଳ । ପରବର୍ତ୍ତି ସମୟରେ ଏହା ଉଗ୍ରରୂପ ନେଇଥିଲା ଏବଂ ଉଭୟ ଲହୁଲୁହାଣ ହୋଇଥିଲେ । ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଶିକ୍ଷୟିତ୍ରୀ ଦ୍ବୟଙ୍କ ଏଭଳି ମାଡ଼ପିଟକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ସ୍ଥାନୀୟ ବାସିନ୍ଦା ଧନକଉଡ଼ା ବିଇଓଙ୍କ ନିକଟେ ମଧ୍ଯ ଉଭୟ ଶିକ୍ଷୟିତ୍ରୀଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାପରେ ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button