ହ୍ରାସ କରାଗଲା ପାର୍କିଂ ଫି’

ଭୁବନେଶ୍ବର: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ସୂଚନା ଦେଇ ସେ କହିଛନ୍ତି ଯେ ଏସ୍‌ଓପି ଆସିଲା ପରେ ରତ୍ନଭଣ୍ଡାର ଗଣତିମଣତି ହେବ । ପାର୍କିଂ ଫି’ ୫୦୦ଟଙ୍କା ପ୍ରସଙ୍ଗରେ ଆରଲୋଚନା ହେଲା । ରାଜସ୍ୱ ଆୟ ବୃଦ୍ଧି କରିବା ଆମର ଆଭିପ୍ରାୟ ନୁହେଁ । ପରିଚାଳନା କମିଟିରେ ପାର୍କିଂ ଫି’ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଣିକି ୨୪୦ ଟଙ୍କା ପାର୍କିଂ ଫି’ ଦେବାକୁ ପଡିବ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଶ୍ରୀମନ୍ଦିର ଉପପ୍ରଶାସକ, ଏସ୍‌ପି, କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button