ବନ୍ୟା ପାଲଟିଛି ଆଳି ଥାନା ସମ୍ମୁଖ, ଲୋକେ ହନ୍ତସନ୍ତ

କେନ୍ଦ୍ରାପଡା / ଆଳି : କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନାକୁ ଦୈନିକ ଶହ ଶହ ଲୋକେ ଆସୁଛନ୍ତି ନିଜର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ | କିନ୍ତୁ ଲଘୁଚାପ ଜନିତ ବର୍ଷା ସାଜିଛି ବାଧକ, ଯେଉଁଥିପାଇଁ ଲୋକେ ଅସୁବିଧା ଭୋଗୁଛନ୍ତି ଥାନାକୁ ଆସିବା ପାଇଁ | ବର୍ଷା ଲାଗି ରହିବା ଯୋଗୁ ଏହି ଥାନାର ମୁଖ୍ୟ ଫାଟକ ନିକଟରେ ପୋଖରୀର ଭ୍ରମ ସୃଷ୍ଟି ହୁଏ | କଟକ ଚାନ୍ଦବାଲି ରାସ୍ତାର ଅର୍ଥାତ ୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରାୟ ୧ ରୁ ୨ ଫୁଟ ଉଚ୍ଚତାରେ ବର୍ଷା ପାଣି ଜମି ରହୁଛି | ଦୀର୍ଘ ଦିନ ଧରି ପାଣି ଜମି ରହିବା ଦ୍ୱାରା ପାଣି ପଚିସଢି ଦୁର୍ଗନ୍ଧ ହେଉଛି | ଖାଲି ସେତିକି ନୁହେଁ ଏହି ଦୁର୍ଗନ୍ଧ ରୁ ମଶା ମାଛି ଆଦି ପୋକ ଜନ୍ମ ନେଇ ସେମାନଙ୍କ ଦ୍ୱାରା ସଂକ୍ରମିତ ହେଉଛି ଏ ଅଂଚଳ |

ଜଳ ନିଷ୍କାସନ ପାଇଁ ନା ପ୍ରଶାସନ ଶୁଣୁଛି ନା ବ୍ଲକର ଅଧିକାରୀ | ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ସୁଦ୍ଧା ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ | ଏହି ଆଳି ଥାନା ରାସ୍ତାକୁ ନେଇ ଥାନା ଆଇ ଆଇ ସି ସଲିଳ ପ୍ରଧାନ ବ୍ଲକର ବିଡ଼ିଓ ଏବଂ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ ପତ୍ର ପ୍ରଦାନ କଲେ ସୁଦ୍ଧା କିନ୍ତୁ କିଛି ବି ଫରକ୍ ପଡୁନାହିଁ |

ତେଣୁ ତୁରନ୍ତ ରାଜ୍ୟ ସରକାର ଓ କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ ଦୃଷ୍ଟି ଆକର୍ଷଣ କଲେ, ଏହି ଥାନା ରାସ୍ତା ଦେଇ ଦୈନିକ ଶହ ଶହ ଆସୁଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଆଳି ଥାନାର ଆଇ ଆଇ ସି ସଲିଳ ପ୍ରଧାନ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି | ତେଣୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏହା ଉପରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏଠିକାର ଅଞ୍ଚଳବାସୀ ଦାବି କରିଛନ୍ତି |

Related Articles

Leave a Reply

Your email address will not be published.

Back to top button