ରାଗିଂ ମାମଲାରେ ହାଇକୋର୍ଟଙ୍କ ରାୟ, ଅନାଥାଶ୍ରମରେ ପାଠ ପଢ଼ାଇବେ ଆଇନ ଛାତ୍ର

ଭୁବନେଶ୍ବର: ଏକ ରାଗିଂ ଅଭିଯୋଗକୁ ନେଇ ଛାତ୍ରଙ୍କ ବିରୋଧରେ ରୁଜୁ ଫୌଜଦାରୀ ମାମଲାକୁ ରଦ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ଫୌଜଦାରୀ ମାମଲାକୁ ହାଇକୋର୍ଟ ରଦ୍ଦ କରିବା ସହ ସହ ଅନାଥ ଆଶ୍ରମରେ ସ୍ବେଚ୍ଛାସେବୀ ଭାବେ ଏକ ସପ୍ତାହ କାର୍ୟ୍ୟ କରିବାକୁ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଆଇନ ଛାତ୍ରମାନେ ନିଜ ପସନ୍ଦର ଏକ ଅନାଥ ଆଶ୍ରମରେ ଏକ ସପ୍ତାହ ସ୍ବେଚ୍ଛାସେବୀ ଭାବେ କାର୍ୟ୍ୟ କରିବେ ।ହାଇକୋର୍ଟ ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୁବନେଶ୍ବରର ଏକ ଘରୋଇ ଆଇନ ଶିକ୍ଷାନୁଷ୍ଠାନର ୪ ଜଣ ଛାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । । ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ଆଇନ ଛାତ୍ର ଭାବେ ଆବେଦନକାରୀଙ୍କ ଆଚରଣ ଅଶୋଭନୀୟ ଥିଲା । ଜଣେ ଭଲ ଆଇନ ଛାତ୍ର ଭଲ ଆଇନଜୀବୀ ହୋଇ ପାରିବେ । ଆଇନଗତ ଜ୍ଞାନ ଦ୍ବାରା ଜଣେ ଆଇନଜୀବୀ ସମାଜର ଦୁର୍ବଳଙ୍କ ପାଇଁ କାର୍ୟ୍ୟ କରିବେ । ନ୍ୟାୟର ରକ୍ଷକ ହେବେ ଓ ପାଟି ଖୋଲି ପାରୁନଥିବା ବ୍ୟକ୍ତିଙ୍କ ସ୍ବର ହେ‌ବେ ବୋଲି ଆଶା କରାଯାଏ । ଆଇନଜୀବୀ ଉଚ୍ଚମାନର ନୈତିକ ମୂଲ୍ୟବୋଧ ବଜାୟ ରଖିବା ସହିତ ଜଣେ ଆଦର୍ଶ ନାଗରିକ ଭାବେ ଉଦାହରଣ ସୃଷ୍ଟି କରନ୍ତି । ତେଣୁ ରାଗିଂ ଅଭିଯୋଗକୁ ନେଇ ଓଡିଶା ହାଇକୋର୍ଟ ଛାତ୍ରଙ୍କ ବିରୋଧରେ ରୁଜୁ ଫୌଜଦାରୀ ମାମଲାକୁ ରଦ୍ଦ କରିଛନ୍ତି ।୪ ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ଫୌଜଦାରୀ ମାମଲାକୁ ହାଇକୋର୍ଟ ରଦ୍ଧ କରିବା ସହ ସହ ଅନାଥାଶ୍ରମରେ ସ୍ବେଚ୍ଛାସେବୀ ଭାବେ ଏକ ସପ୍ତାହ କାର୍ୟ୍ୟ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବଧି ଭିତ‌ରେ ଅନାଥ ଆଶ୍ରମରେ ପଢୁଥିବା ପିଲାମାନଙ୍କୁ ଶିକ୍ଷାଦାନ କରିବା ବା ସେମାନଙ୍କ ପାଇଁ କର୍ମଶାଳା ଆୟୋଜନ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଏଥିପାଇଁ ଅନାଥାଶ୍ରମ ଚୟନ କରିବେ ଓ ଏହାର ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶ ସଂକ୍ରାନ୍ତରେ ଅବଗତ କରିବେ । ଏକ ସପ୍ତାହର ଶିକ୍ଷାଦାନ ବା କର୍ମଶାଳା ଆୟୋଜନ କାର୍ୟ୍ୟ ସମ୍ପୂର୍ଣ୍ଣ କରିବା ପରେ ଅନାଥାଶ୍ରମର ମୁଖ୍ୟଙ୍କ ଠାରୁ ଏ ସମ୍ପର୍କିତ ପ୍ରମାଣପତ୍ର ଆଣିବେ । ଏପରି ପ୍ରମାଣପତ୍ର ଚାରି ସପ୍ତାହ ଭିତରେ ହାଇକୋର୍ଟରେ ଆବେଦନକାରୀ ଦାଖଲ କରିବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button