ରାଉରକେଲା ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ରାଉରକେଲା ବିମାନ ଦୁର୍ଘଟଣାର ଚାଲିଛି କାରଣ ଖୋଜା । ଆଜି ଦ୍ୱିତୀୟ ଦିନରେ ଚାଲିଛି ସରଜମିନ ତଦନ୍ତ । ଦୁର୍ଘଟଣାସ୍ଥଳରେ ପହଞ୍ଚି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅନୁଧ୍ୟାନ କରିଛନ୍ତି । ଏହି ଦୁର୍ଘଟଣାକୁ ଅଭାବନୀୟ ବୋଲି କହିଛନ୍ତି ମନ୍ତ୍ରୀ । ଏହା ସହ ସେ କହିଛନ୍ତି ଯେ ଦୁର୍ଘଟଣାରେ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ। କାହିଁକି ଏଭଳି ଦୁର୍ଘଟଣା ଘଟିଲା ସେଥିପାଇଁ ଆମେ ଚିନ୍ତିତ। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ, ସେ ନେଇ ତଦନ୍ତ ଚାଲିଛି। ବିମାନଟି କେମିତି ଓ କେଉଁ ପରିସ୍ଥିତିରେ ଫୋର୍ସ ଲାଣ୍ଡିଂ କରିଥିଲା, ସେ ନେଇ ଆଜି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ। ସୂଚନାଯୋଗ୍ୟ, ଗତକାଲି ଗ୍ରାଉଣ୍ଡକୁ ଯାଇ ସରଜମିନ୍ ତଦନ୍ତ କରିଥିଲେ ଡିଜିସିଏ ଏବଂ ଏଏଆଇବି ଟିମ୍ । ଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱରରୁ ଘଟଣା ସ୍ଥଳକୁ ୩ଟି ଟିମ୍ ଯାଇ ତଦନ୍ତ କରିଥିଲେ । ପରିବହନ ସଚିବ ଉଷା ପାଢ଼ୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏକ୍ସପର୍ଟ ଟିମ୍ ସହ ଦୀର୍ଘ ସମୟ ଧରି ବିଭିନ୍ନ ଦିଗ ଉପରେ ଆଲୋଚନାକରିଥିଲେ। ଏହାପରେ ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟି ଆଲୋଚନା କରିଥିଲେଦୁର୍ଘଟଣାରେ ଆହତ ୬ ଜଣଙ୍କ ମଧ୍ୟରୁ ଗତକାଲି ୨ ଜଣଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲାବାକି ୪ ଜଣଙ୍କ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଚାଲିଛି । ଗତ ଶନିବାର ଦିନ ଭବୁବନେଶ୍ୱରରୁ ରାଉରକେଲା ଯାଉଥିବା ଇଣ୍ଡିଆ-୧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ୨ ପାଇଲଟ ସମେତ ୬ ଜଣ ଆହତ ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button