ବୋମା ଧମକ ପରେ ବଢିଲା କୋର୍ଟର ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: କୋର୍ଟ ପରିସରରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଗତକାଲିର ବୋମା ଧମକ ପରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଅଧିକ ସାଢେ ୩ ପ୍ଲାଟୁନ ସଶସ୍ତ୍ର ବାହିନୀ ମୁତୟନ ହୋଇଛନ୍ତି । ହାଇକର୍ଟ ଓ ଜିଲ୍ଲା ଜଜ କୋର୍ଟରେ ଲାଗିଲା ଅଧିକ ମେଟାଲ ଡିଟେକ୍ଟର । ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରରେ କଡାକଡି ଚେକିଂ କରାଯାଇଛି । ସସୂଚନା ଥାଉକି ଗତକାଲି ରାଜ୍ୟର ୩ଟି କୋର୍ଟକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା । ଏନେଇ କୋର୍ଟ, ହାଇକୋର୍ଟ ପରିସରରୁ ଖାଲି କରାଯାଇଥିଲା । ନିକଟରେ ଗୃହ ସଚିବ ହେମନ୍ତ ଶର୍ମାଙ୍କ ନିର୍ଦ୍ଦେଶରେ ଡିଜିପି , ଡିସିପି, ଆଣ୍ଟି ବମ ସ୍କ୍ୱାଡ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକ ଡକାଇଥିଲେ । ସୁରକ୍ଷା ବ୍ୟବସ୍ଥା କଡାକଡି ସହ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button