ଜ୍ୟୋତିକାନ୍ତ ବିଶ୍ୱାଳଙ୍କ ସ୍ମୃତିରେ ରକ୍ତଦାନ ଶିବିର ଆୟୋଜିତ, ୬୭ୟୁନିଟ ରକ୍ତ ସଂଗ୍ରହ

କେନ୍ଦ୍ରାପଡା/ରାଜକନିକା : ଯୁବବ୍ୟବସାୟୀ ଜ୍ୟୋତିକାନ୍ତ ବିଶ୍ୱାଳଙ୍କର ଏକାଦଶାହ କ୍ରିୟାରେ ଆଜି ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ରାଜକନିକା ବ୍ଲକ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ଏବଂ ବ୍ଲକ ଶିକ୍ଷା ଅଧିକାରୀ ସରୋଜ କାନ୍ତ ବିହାରୀ ଉପସ୍ଥିତ ରହି ଏହି ରକ୍ତ ଦାନ ଶିବିରକୁ ସଫଳ କରାଇଥିଲେ | ଏହି କାର୍ଯ୍ୟକ୍ରମ ସମ୍ବାଦ ଓ ଆମ ଓଡ଼ିଶା ସହଯୋଗରେ ଜେ ଏସ୍ ସି ସି ର ସମସ୍ତ ସଦସ୍ୟମାନଙ୍କ ସହାୟତାରେ ଏହା ସମ୍ଭବ ହୋଇପାରିଥିଲା | ଏହି ରକ୍ତ ଦାନ ଶିବିର ରେ ୬୭ୟୁନିଟ ରକ୍ତ ସଂଗ୍ରହ ହୋଇପାରିଥିଲା |

ରାଜକନିକା ଅଂଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂଯୋଗ ଫାଉଣ୍ଡେସନ୍ ର ସକ୍ରିୟ ସଭ୍ୟ ତଥା କଂଟପଡା ବଜାର ର ଯୁବବ୍ୟବସାୟୀ ଭାବେ ବେଶ ଜଣାଶୁଣା ଥିଲେ ଜ୍ୟୋତିକାନ୍ତ | ତାଙ୍କର ହଠାତ ହୃଦଘାତରେ ମୃତ୍ୟୁ ଖବରକୁ କେହି ବିଶ୍ୱାସ କରିପାରୁନାହାନ୍ତି | ଯେତିକି ଭଦ୍ର , ସେତିକି ନମ୍ର, ପରୋପକାରୀ ସହ ସାମାଜିକ କର୍ମୀ ଭାବେ ନାଁଥିଲା ତାଙ୍କର | ଅତି କମ ବୟସରୁ ସେ ସାଉଁଟି ପାରିଥିଲେ ରାଜକନିକାବାସୀଙ୍କ ସ୍ନେହ ଓ ଭଲପାଇବା | ଆଉ ସେଥିପାଇଁ ଅଞ୍ଚଳବାସୀ ଅଞ୍ଚଳବାସୀଙ୍କ ନିକଟରେ ‘ମୁନ୍ନା ଭାଇ’ ଭାବେ ପରିଚିତ ଥିଲେ ସେ | ତାଙ୍କର ଅକାଳ ବିୟୋଗରେ ମ୍ରିୟମାଣ ରାଜକନିକାବାସୀ | ଜ୍ୟୋତିକାନ୍ତଙ୍କ ସ୍ମୃତିରେ ରାଜକନିକା ବ୍ଲକ ଅନ୍ତର୍ଗତ ଜାଗୁଳାଇପଡା ଗ୍ରାମ ଜୟମାଲବ ନୋଡାଲ ବିଦ୍ୟାଳୟ ପରିସରରେ ଆଜି ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା |

ମହାନ୍ ସ୍ଵାଧୀନତା ସଂଗ୍ରାମୀ ରଘୁନାଥ ନାୟକଙ୍କ ଗ୍ରାମ ଜାଗୁଳାଇପଡା | ସ୍ୱର୍ଗତ ରଘୁନାଥ ନାୟକଙ୍କ କୋଳରେ ମଥା ରଖି ‘ହେ ରାମ୍’ ବୋଲି କହି ଜାତୀୟ ପିତା ମହାତ୍ମା ଗାନ୍ଧୀ ମୃତ୍ୟୁ ବରଣ କରିଥିଲେ | ଖାଲି ସେତିକି ନୁହେଁ ଜାତିର ପିତାଙ୍କୁ ନାଥୁରାମ୍ ଗଡସେ ଗୁଳି କରିବା ସମୟରେ କାବୁ କରିନେଇଥିଲେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ରଘୁନାଥ ନାୟକ |

Related Articles

Leave a Reply

Your email address will not be published.

Back to top button