ଜିଲ୍ଲା ପାଇଁ ଗୌରବ ଆଣିଲେ ବାଲେଶ୍ୱରର ଝିଅ ନୁସରତ ସଂଘମିତ୍ରା

ବାଲେଶ୍ୱର : ଦେଶରେ କ୍ୟାନସର ରୋଗ ଏକ ବ୍ୟୟ ବହୁଳ ଚିକିତ୍ସା ହୋଇଥିବା ବେଳେ ଚିକିତ୍ସା ବିଜ୍ଞାନରେ ଆଉ ଗୋଟିଏ ପାଦ ଆଗକୁ ଆସିଛନ୍ତି ବାଲେଶ୍ୱର ଜିଲ୍ଲା ସୋର କାଜି ମହଲାର ଝିଅ ନୁସରତ ସଂଘମିତ୍ରା | କ୍ୟାନସର ରୋଗୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ନୁସରତ ସଂଘମିତ୍ରା | ସେ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ମହାରାଷ୍ଟ୍ରର ପୁନେ ଠାରେ “ସାଇ ଜେନିକା” ନାମକ ଏକ ନୂତନ ପ୍ରତିଷ୍ଠାନ ଆରମ୍ଭ କରିଛନ୍ତି | ନୁସରତ ହେଉଛନ୍ତି ଏହି ପ୍ରତିଷ୍ଠାନର ପ୍ରତିଷ୍ଠାତା ସହ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଚିଫ ଷ୍ଟାଟେଜିକ ଅଫିସର | ସେ ଏହି ଗବେଷଣା ସଂସ୍ଥାରେ କ୍ୟାନସର ରୋଗୀଙ୍କ ଚିକିତ୍ସା ଦିଗରେ କାମ କରୁଛି | ବର୍ତ୍ତମାନ ସ୍ଥିତିରେ କ୍ୟାନସରର ଚିକିତ୍ସା ପାଇଁ ଯେତିକି ମେଡ଼ିସିନ ଲାଗୁଛି ,ତାଠାରୁ କମ ଔଷଧ ବ୍ୟବହାର କରି କ୍ୟାନସର ରୋଗରୁ ମୁକ୍ତ ହେବା ପାଇଁ ସାଇ ଜେନିକା ପ୍ରତିଷ୍ଠାନରେ ବିଭିନ୍ନ ଉପକରଣ ଏବଂ ନୂତନ ବୈଜ୍ଞାନିକ ଜ୍ଞାନ କୌଶଳରେ ପ୍ରସ୍ତୁତ ଆରମ୍ଭ କରୁଛି | ତେବେ, ତାଙ୍କ ଚିକିତ୍ସାରେ ଅନ୍ୟ ଚିକିତ୍ସା ପ୍ରଣାଳୀ ଠାରୁ ଭିନ୍ନ ଥିବା ବେଳେ ଏହା କମ କଷ୍ଟ ଦାୟକ ବୋଲି ନୁସରତ କହିଛନ୍ତି | ଏହି ଜଟିଳ ରୋଗକୁ ସରଳ ଉପାୟରେ ଚିକିତ୍ସା କରି ଠିକ କରିବା ଦିଗରେ ତାଙ୍କ ସଂସ୍ଥା ଗବେଷଣା ଜାରି ରଖିଛି ବୋଲି ସେ ପ୍ରକାଶ କରିଛନ୍ତି |

ନୁସରତ ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିଲେ | ଡ଼ାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିବା ନୁସରତ ଡ଼ାକ୍ତର ହୋଇପାରିନଥିଲେ | ସେ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବେଙ୍ଗାଲୁରରୁ ପିଏଚଡ଼ି ଲାଭ କରିଥିଲେ | ପରେ ସେ ନେଦରଲ୍ୟାଣ୍ଡ ଓ କ୍ୱଟୋ ବିଶ୍ୱ ବିଦ୍ୟାଳୟ, ଜାପାନର ପୋଷ୍ଟ ଡକ୍ଟରେଟ କରିଥିଲେ | ଏହାପରେ ସେ ସାଇକା ଓନକୋ ସଲ୍ୟୁସନ (ସାଇଜେନିକା) ସଂସ୍ଥା ସ୍ଥାପନ କରିଥିଲେ | ସେ ତାଙ୍କର ଏହି ଗବେଷଣା ପାଇଁ ୨୦୧୮ ମସିହାରେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ | ତେବେ, ତାଙ୍କର ଏହି ପ୍ରୟାସ ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାକଚୀ ତଥା ବାଲେଶ୍ୱର ଜିଲ୍ଲାପାଳ ଟୁଇଟ କରି ନୁସରତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

Related Articles

Leave a Reply

Your email address will not be published.

Back to top button