ଦିଲ୍ଲୀରେ କମଳା ଭଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ସ୍ବର୍ଗତଃ କମଳା ଭଳଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ହାଉଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏକ ସ୍ମୃତି ସଭାରେ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ଦେଖା ଯାଇଥିଲା। ସ୍ବର୍ଗତଃ କମଳା ଦେବୀ ଜଣେ ସାଧାରଣ ଗୃହିଣୀ ଥିଲେ ସୁଦ୍ଧା ଅସାଧାରଣ ସୁଗୁଣ ସମ୍ପନ୍ନା ଥିଲେ ବୋଲି ବକ୍ତାମାନେ ଏହି ଅବସରରେ ପ୍ରକାଶ କରିଥିଲେ। ତିନି ପୁତ୍ର ଓ ଏକ କନ୍ୟା ସନ୍ତାନର ଜନନୀ କମଳା ଭଳ ବାତ୍ସଲ୍ୟ ମମତାରେ ସମଗ୍ର ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖିଥିବା ତାଙ୍କର ଶୁଭ ଚିନ୍ତକମାନେ ପ୍ରକାଶ କରିଥିଲେ। ବଡ ପୁତ୍ର ବିମଳ ଭଳ ଓ ପୁତ୍ରବଧୂ ପୁଷ୍ପାଞ୍ଜଳି ବାରିକଙ୍କ ଦ୍ୱାରା ଆୟୋଜିତ ଏହି ପ୍ରାର୍ଥନା ସଭାରେ ସେମାନଙ୍କର ପରିବାର ବର୍ଗ, ବନ୍ଧୁ ବାନ୍ଧବ ଏବଂ ଶୁଭେଚ୍ଛୁମାନେ ଦିବଙ୍ଗତ ଆତ୍ମା ପ୍ରତି ଉଚ୍ଛ୍ୱସିତ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ।

ଉଭୟ ବିମଳ ଏବଂ ପୁଷ୍ପାଞ୍ଜଳି ସମାଜସେବା କ୍ଷେତ୍ରରେ ରୁଚି ରଖନ୍ତି। କମଳା ଦେବୀଙ୍କର ଅନ୍ୟ ସନ୍ତାନ ସନ୍ତତିମାନେ ଓଡ଼ିଶାରେ ନିଜନିଜ କ୍ଷେତ୍ରରେ ଖୁବ୍ ସଫଳତା ଅର୍ଜନ କରିଛନ୍ତି। ୨୦୨୪ ମସିହା ଡିସେମ୍ବର ୧ ତାରିଖରେ ୮୩ ବର୍ଷ ବୟସରେ କମଳା ଦେବୀଙ୍କର ନିଧନ ଘଟିଥିଲା। ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ଠାରେ ହିନ୍ଦୁ ରୀତିନୀତିରେ ସମାପନ କରାଯାଇଥିଲା। କମଳା ଦେବୀ ଏକାଧାରରେ ଜଣେ ଧର୍ମ ପରାୟଣ, ମିଷ୍ଟଭାଷୀ, ସରଳ, ସ୍ନେହୀ,ଦରଦୀ,କର୍ତ୍ତବ୍ୟନିଷ୍ଠ ଏବଂ ପରୋପକାରୀ ମହିଳା ଥିଲେ। ଏହି କାର୍ଯ୍ୟକ୍ରମରେ ସୁର ମହ୍ଲାର ଗ୍ରୁପ ଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା। ସମସ୍ତ ଅତିଥି ଅଭ୍ୟାଗତମାନଙ୍କୁ ଶାଲ ଏବଂ ପିଲାମାନଙ୍କୁ ଚକଲେଟ ଦିଆଯାଇ ସ୍ୱାଗତ କରାଯାଇଥିଲା। ସମସ୍ତେ ନୂତନ ଅଙ୍ଗବସ୍ତ୍ର ସହିତ କମଳା ଦେବୀଙ୍କର ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ବୋହୂ ପୁଷ୍ପାଞ୍ଜଳି ଖୁବ ଭାବ ବିହ୍ଵଳ ହୋଇ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ଶାଶୁଙ୍କ ଉଦ୍ଦେଶ୍ୟରେ ସ୍ୱଲିଖିତ କବିତା ପାଠ ଏବଂ ସଙ୍ଗୀତ ପରିବେଷଣ କରିଥିଲେ। ଭକ୍ତି ସଙ୍ଗୀତ ପରିବେଷଣ ଶେଷରେ ପୁତ୍ର ବିମଳ ଭଳ, ମା’ଙ୍କର ସ୍ମୃତି ଚାରଣ କରିବା ସହିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏଥିରେ ସାମିଲ ହୋଇଥିବା ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ଅକ୍ଷୟ ସାମଲ, ମନୋରଞ୍ଜନ ମହାନ୍ତି, ସୂର୍ଯ୍ୟ ନାରାୟଣ ମିଶ୍ର, ଦେବେନ୍ଦ୍ର କୁମାର ମାଝୀ, ମୀନକେତନ ସାମଲ, ଅନୀଲ ଜେନା, ସଞ୍ଜୟ ଦାସ, ଡଃ. ବିନାୟକ ପ୍ରସାଦ, ସରିତା ମହାପାତ୍ର, ସଞ୍ଜୀବ ମହାନ୍ତି, ପ୍ରବୀର ମହାନ୍ତି, ଚିନ୍ମୟ ମହାନ୍ତି, ମାନସ ମହାନ୍ତି, ପ୍ରବୀର ମଲ୍ଲ, ଉପେନ୍ଦ୍ର ବିଶ୍ୱାଳ, ସୁମନ୍ତ ବିଶ୍ୱାଳ, ସୁଶାନ୍ତ ଭଳ, ରାଜେନ୍ଦ୍ର ସାମଲ, ଅଶୋକ ରାଉଳ, ସନ୍ତୋଷ ରାଉତ, ସୁବୋଧ ପାଢ଼ୀ, ସୁରେଶ ଭଟ୍ଟ, ନନ୍ଦନ ଦ୍ବିବେଦୀ, ଜ୍ଞାନ ପ୍ରକାଶ ଜେନା, ରଞ୍ଜିତା ଦାସ, ମନୋଜ ଦାସ, ଡେଜି ଗୋୟଲ, ଗୁରୁ ଚରଣ ପୋହି, ପ୍ରୀତମ ନାୟକ, ଡଃ ବିକ୍ରମ ମହାନ୍ତି,ପ୍ରଦ୍ୟୁମ୍ନ ପ୍ରଧାନ, ସୁନାକର ସାମଲ, ନିତ୍ୟାନନ୍ଦ ରାଉତ, କମଳା ଦେବୀଙ୍କ ପୁତୁରା ବିବେକ ଭଳ, ତାଙ୍କର ଧର୍ମପତ୍ନୀ ସୁପ୍ରିୟା ଭଳ,ନାତୁଣୀ ବିଜୟଲକ୍ଷ୍ମୀ ଓ ନାତି କାହ୍ନା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button