ଟାଟା ପାୱାର ବିରୋଧରେ ଜନସ୍ୱାର୍ଥ ମାମଲା ରୁଜୁ

ଭୁବନେଶ୍ୱର: ଟାଟା ପାୱାର ବିରୋଧରେ ଜନସ୍ୱାର୍ଥ ମାମଲା ଦାୟର । ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ । ତୁରନ୍ତ ପ୍ରତ୍ୟାହାର ଦାବିରେ ଦାୟର ହେଲା ଜନସ୍ୱାର୍ଥ ମାମଲା । ବିଦ୍ୟୁତ ନିୟାମକ ଆୟୋଗ ଆଇନ, ଓଡିଶା ବିଦ୍ୟୁତ ନିର୍ଦ୍ଦେଶାବଳୀର ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛି କଂଗ୍ରେସ । ଶକ୍ତି ସଚିବ, ଟାଟା ପାୱାର ଏବଂ ଓଇଆର୍‌ସି ପକ୍ଷଭୁକ୍ତ । ସୂଚନାଯୋଗ୍ୟଗତକାଲି ଟାଟା କମ୍ପାନୀର ଉପଭୋକ୍ତାଙ୍କୁ ବେନିୟମ ସୁରକ୍ଷା ରାଶି ଜମା କରିବା ତଥା ଘରୋଇ ଓ କୃଷିକ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବାକୁ ନେଇ ପାୱାର ହାଉସ ଛକ ନିକଟସ୍ଥ ଟାଟା ପାୱାର ଅଫିସ ଆଗରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱରେ ଓ ପିସିସି ସଭାପତି ତଥା କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଲୋକଙ୍କ ଠାରୁ ଜୁଲୁନ କରି ଅତିରିକ୍ତ ସୁରକ୍ଷା ଜମା ନିଆଯାଉଛି । ଟାଟା କମ୍ପାନୀ ସହିତ ସରକାର ମଧୁ ଚନ୍ଦ୍ରିକା କରି ସ୍ମାର୍ଟ ମିଟର ଲଗାଇବା ପାଇଁ ବାଧ୍ୟ କରୁଛନ୍ତି । ଏଥୁରୁ ସରକାର ଏବଂ ଟାଟା କମ୍ପାନୀ ନିବୃତ୍ତ ନହେଲେ ଗାଁ ଗାଁରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ ଭକ୍ତ ଦାସ ।

Related Articles

Leave a Reply

Your email address will not be published. Required fields are marked *

Back to top button