ପ୍ରଦୂଷଣ କଲେ ହେବ ଆକ୍ସନ: ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ଭୁବନେଶ୍ୱର: ବଣଭୋଜି କରୁଥିଲେ ସାବଧାନ । ପ୍ରଦୂଷଣ କଲେ ହେବ ଆକ୍ସନ । ବଣଭୋଜି ଉପରେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ନଜର ରଖୁଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରା ଡେଞ୍ଜର ଲେବଲ ଉପରେ ରହିବା ଚିନ୍ତା ଜନକ । ସମସ୍ତେ ଏଥିପାଇଁ ସତର୍କ ରହିବା ଆବଶ୍ୟକ । ବଣଭୋଜି ନାଁରେ ପ୍ରଦୂଷଣ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଇକୋ ଟୁରିଜିମ ସ୍ଥାନରେ ନଜର ରଖିଛି ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ । ଓଡିଶାରେ ପ୍ରଦୂଷଣ ବଢୁଛି । ଅନୁଗୂଳ , ବାଲେଶ୍ୱର , ତାଳେଚର ଭୁବନେଶ୍ୱରରେ ଏକ୍ୟୁଆଇ ଅଧିକ ରହୁଛି । ଭୁବନେଶ୍ୱରର ଅବସ୍ଥା ବିପଜ୍ଜନକ । ଲୋକେ ସଚେତନ ହେବା ଆବଶ୍ୟକ । ଖୁବଶୀଘ୍ର ଅର୍ବାନ ଇଣ୍ଡଷ୍ଟ୍ରି ପରିବହନ ବିଭାଗ ଶିଳ୍ପ ବିଭାଗ ସହ ସମନ୍ୱୟ ବୈଠକ ବସିବ । ମାଇନ୍ସ ଏରିଆରେ ୱାଟର ସ୍ପିଙ୍କଲର ସଠିକ ଭାବେ କାମ କରୁଛି କି ନାହିଁ ତାହା ତଦନ୍ତ ହେବା ଆବଶ୍ୟକ ରହିଛି । ସଠିକ ଭାବେ ଏସଓପି ପାଳନ ହେଉଛି ନା ନାହିଁ । ତର୍ଜମା କରିବାକୁ ନିର୍ଦ୍ଦେଶ ରହିଛି।



