ହ୍ୟୁମାନ ସାଗର ମୃତ୍ୟୁ ମାମଲା: ଏତଲାରେ ଥିବା ବ୍ୟକ୍ତି ହେବେ ଜେରା

ଭୁବନେଶ୍ବର: ବିଶିଷ୍ଠ କଣ୍ଠଶିଳ୍ପ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ମା ଶେଫାଳୀ ଦେଇଥିବା ଏତଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ଡିସିପି କହିଛନ୍ତି ଏତଲା ଆଧାରରେ ତଦନ୍ତ କରାଯାଉଛି । ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ । ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି । ରିପୋର୍ଟ ଆସିବା ପରେ ତର୍ଜମା କରାଯିବ ବୋଲି ଡିସିପି କହିଛନ୍ତି । ମର୍କତନଗର ଥାନାରେ ଶେଫାଳି ୯ଜଣଙ୍କ ନାଁରେ ଏତଲା ଦେଇଥିଲେ । ଶେଫାଳି ଗଣମାଧ୍ୟମରେ କହିଥିଲେ ପୁଅ ହ୍ୟୁମାନକୁ ଲିଭର ସିରୋସିସ୍‌ ହୋଇଥିଲା, ହେଲେ ମ୍ୟାନେଜର ଥରେ ହେଲେ ମୋତେ କହିନଥିଲା । ସେ ଆହୁରି ମଧ୍ୟ କହିଥିଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ବିଭିନ୍ନ ସମୟରେ ପୁଅ ହ୍ୟୁମାନ୍‌ ପାଖକୁ ରାତି ଅଧରେ ଆସୁଥିଲା, ଏହି କଥାକୁ ସେ ବିରୋଧ କରିଥିଲେ । ସାଗର ସଙ୍ଗମ ଲାଇଭ୍‌ ଟ୍ରୁପର ମାଲିକ ଆବିଦ୍‌ ନିଜ ସହିତ ଅର୍ପିତାଙ୍କୁ ନେଇ ଆସୁଥିଲା । ଦୀର୍ଘ ସମୟ ଘରେ ରହୁଥିଲେ । ମୃତ୍ୟୁ ରହସ୍ୟ ଖୋଲିବାକୁ ମା’ଶେଫାଳି ତାଙ୍କ ଏତଲାରେ ବୋହୂ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ର, ସହ-କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ମ୍ୟାନେଜର ଦିନେଶ ବେହେରା, ମ୍ୟାନେଜର ପ୍ରଶାନ୍ତ ବେହେରା, ସହଯୋଗୀ ଲୁଲୁ ମହାନ୍ତି ଓ ଜଗଦିଶ ମହାନ୍ତିଙ୍କୁ ଅଭିଯୁକ୍ତ କରିଛନ୍ତି । ଏହି କ୍ରମରେ ପୁଲିସ ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ୍, ବ୍ୟାଙ୍କ ତଥ୍ୟ ଓ ମୋବାଇଲ୍ କଲ୍ ରେକର୍ଡ ମଗାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button