ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଲା ବିଜେଡି ଓ କଂଗ୍ରେସ

ଭୁବନେଶ୍ୱର: ଆସନ୍ତାକାଲି ଦୁଇ ବିରୋଧୀ ଦଳ ବିଜୁ ଜନତା ଦଳ ଏବଂ ରାଜ୍ୟ କଂଗ୍ରେସ ଚାନ୍ଦବାଲି ବନ୍ଦ ଡାକରା ଦେଇଛନ୍ତି । ଦୁଇ ଦଳ ପୃଥକ ପୃଥକ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ବିଜେଡ଼ି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ ଆସନ୍ତାକାଲି ସକାଳ ୬ରୁ ଦିନ ୧୨ଟା ଯାଏଁ ଚାନ୍ଦବାଲି ବ୍ଲକ ବନ୍ଦ ରହିବ । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ବନ୍ଦ ପାଳନ କରାଯିବ । ସେହିପରି ସ୍ଥାନୀୟ କଂଗ୍ରେସ ନେତା ଦିଗମ୍ବର ଦାସ ମଧ୍ୟ ବନ୍ଦ ଡାକରା ନେଇ ସୂଚନା ପ୍ରଦାନ କରିଛନ୍ତି । ନଗର ଓ ଯୁବ କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ କରାଯିବ। ବନ୍ଦ ବେଳେ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଯାନବାହାନ ଚଳାଚଳ ବନ୍ଦ ରହିବ l ସ୍ଥାନୀୟ ବିଜେଡି ବିଧାୟକ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି।ସୂଚନା ମୁତାବକ, ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି l ସ୍ଥାନୀୟ ନାବାଳିକା ଜଣକ ଟ୍ୟୁସନ ଆସି ଆଉ ଘରକୁ ଫେରି ନ ଥିଲେ l ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅକୁ ପାଇ ନ ଥିଲେ l ନାବାଳିକାର ମୃତଦେହ ସେଠାରେ ପଡ଼ିଥିବା ପ୍ରଚାର ହେବା ପରେ ଘଟଣାସ୍ଥଳରେ ହଜାର ହଜାର ଲୋକଙ୍କ ଭିଡ ଜମା ହୋଇଥିବାବେଳେ ଚାନ୍ଦବାଲି ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଚାନ୍ଦବାଲି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା l ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ମୁତୟନ କରାଯାଇଛି l
ଉତ୍ତ୍ୟକ୍ତ ଲୋକେ ପ୍ରଥମେ ବାଲିଗାଁଠାରେ ରାସ୍ତା ଅବରୋଧ କରିଥିଲେ l ପରେ ଚାନ୍ଦବାଲି ବଜାରରେ ପହଞ୍ଚି ଟାୟାର ଜାଳି ରାସ୍ତାରୋକୋ କରିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button