ଷ୍ଟାଇପେଣ୍ଡ ଦାବିରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଷ୍ଟାଇପେଣ୍ଡ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଓୟୁଏଟି ଛାତ୍ରଛାତ୍ରୀ । ଓୟୁଏଟି ଫାଟକ ଆଗରେ ଅନଶନରେ ବସିଛନ୍ତି ଶହ ଶହ ଏମଏସସି ଓ ପିଏଚଡି ଛାତ୍ରଛାତ୍ରୀ । ବାରମ୍ବାର ସରକାରଙ୍କୁ କୁଳପତିଙ୍କ ଜରିଆରେ ଅବଗତ କରାଯାଇଥିଲେ ମଧ୍ୟ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟ ରାଜ୍ୟର କୃଷି ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରାଯାଉଥିବା ବେଳେ ଓଡିଶାରେ କାହିଁକି ଦିଆଯାଉନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଷ୍ଟାଇପେଣ୍ଡ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ଯାଏଁ ଅନଶନ ଜାରି ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।



