ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର : ଥରୁଛି ଶିମିଳିପାଳ । ସର୍ବନିମ୍ନ ତାପମାତ୍ରା ୪° ଡିଗ୍ରୀକୁ ଖସିଲା । ଶିମିଳିପାଳର ଆଭ୍ୟନ୍ତରୀଣ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରବଳ ଶୀତ ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି । କୁହୁଡ଼ି ଆସ୍ତରଣରେ ସାରା ସହର । ଯାତାୟତ ବାଧାପ୍ରାପ୍ତ ହୋଇଛି । ପାରଳାଖେମୁଣ୍ଡି ସହରରେ ସମେତ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ପଡ଼ିଛି । ସକାଳୁ ସକାଳୁ ଖେଳପଡିଆରେ ଲୋକଙ୍କ ଭିଡ଼ ଜମୁଛି । ଯୋଗ, ଜଗଗିଂ କରି ନିଜକୁ ଫିଟ୍‌ ରଖିବାକୁ ଅଭ୍ୟାସ କରୁଛନ୍ତି ଲୋକ । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ପୋଉଁଥିବା ଦେଖିବାକୁ ମିଳିଛି ।ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଝାଡ଼ସୁଗୁଡ଼ା ଜିଲ୍ଲାରେ ସକାଳୁ କୁହୁଡ଼ିର ଆସ୍ତରଣ ଦେଖାଯିବ। ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାଠାରେ ୧୧.୫ ଡିଗ୍ରି ରେକର୍ଡ ହୋଇଛି ।  ଏଥିସହ ଦାରିଙ୍ଗିବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି ବୃଦ୍ଧି ପାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button