ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନରେ ରୋଗୀମାନଙ୍କୁ ଫଳବଣ୍ଟନ, ଅଞ୍ଚଳବାସୀ କଲେ ପ୍ରଶଂସା

କେନ୍ଦ୍ରାପଡା : ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କର ଆଜି ଜନ୍ମ ଦିନ | ରାହୁଲଙ୍କ ୫୧ତମ ଜନ୍ମ ଜୟନ୍ତୀ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି | ଏଥିରେ ରାଜକନିକା ବ୍ଲକ କଂଗ୍ରେସ କମିଟି ସଭାପତି ମଂଗୁଳି ଚରଣ ବେହେରା ,ସିହୋପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ମିନକେତନ ଦାସ, ଯୁବ କଂଗ୍ରେସ ସଭାପତି କ୍ଷୀରୋଦ କୁମାର ବେହୁରିଆ, କେନ୍ଦ୍ରାପଡା ଜିଲ୍ଲାର ଯୁବ କଂଗ୍ରେସ ସଭାପତି ସତ୍ୟ ପରିଡା, ପ୍ରମୋଦ ପତି ପ୍ରମୁଖ ଉପସ୍ଥିତ ଥିଲେ | ରାହୁଲ ଗାନ୍ଧୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ରୋଗୀମାନଙ୍କୁ ଫଳ, ବିସ୍କୁଟ ବଣ୍ଟନ କରିଥିଲେ କଂଗ୍ରେସର ବରିଷ୍ଠ ନେତାମାନେ |

କଂଗ୍ରେସ କର୍ମୀଙ୍କ ଏଭଳି ମହତ କାର୍ଯ୍ୟକୁ ସେ ଅଂଚଳରେ ଭୁରି ଭୁରି ପ୍ରଶଂସା କରାଯାଇଛି |

Related Articles

Leave a Reply

Your email address will not be published.

Back to top button