ଆଜିଠାରୁ ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି

ଭୁବନେଶ୍ବର: ଶ୍ରୀମନ୍ଦିରରେ ଆଜିଠାରୁ ଦେବଦୀପାବଳି ନୀତି । ତିନିଦିନ ଧରି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଅନୁଷ୍ଠିତ ହେବ । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ପ୍ରଦାନ କରିବାର ବିଧି ରହିଛି । ସାଧାରଣ ହିନ୍ଦୁମାନେ ଯେପରିକି କାର୍ତ୍ତିକ ଅମାବାସ୍ୟା ତିଥି ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି । ଠିକ ସେହିପରି ମହାପ୍ରଭୁ ଜଗନ୍ନାଥ ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଲ ପ୍ରତିପଦା ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।



