ଡିସେମ୍ବର ୨୫ ରୁ ଖୋଲିବ ମଣ୍ଡି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି । ଧାନ ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ଦାୟିତ୍ୱ ଦିଆଯାଇଛି । ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ । ୩୨ଟି ମଡେଲ ମଣ୍ଡି ପାଇଁ ଟେଣ୍ଡର ହୋଇଛି ୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।



