ଖୁବଶୀଘ୍ର ବୋର୍ଡ ନିଗମ ନିଯୁକ୍ତି: ବିଜୟ ପାଲ ସିଂ ତୋମାର

ଭୁବନେଶ୍ୱର: ଖୁବଶୀଘ୍ର ବୋର୍ଡ ନିଗମ ନିଯୁକ୍ତି କହିଲେ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ବିଜେପି ତିଆରି କରି ସାରିଛି ତାଲିକା, କେନ୍ଦ୍ର ମଞ୍ଜୁରୀକୁ ଅପେକ୍ଷା । ଏବେ ହେବାର ନାହିଁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ରାଜ୍ୟ ସରକାରଙ୍କ ୧୬ ମାସର କାର୍ଯ୍ୟରୁ ନୂଆପଡାରେ ଏକତରଫା ବିଜୟ । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ପଦାଧିକାରୀ ବୈଠକ ଆରମ୍ଭ ହୋଇଥିଲା । ମନମୋହନ ସାମଲଙ୍କ ନୂଆ ଟିମର ପ୍ରଥମ ପଦାଧିକାରୀ ବୈଠକ । ଆଗାମୀ ରଣନୀତି ଓ ଦଳୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଛି ।



