ବାଲିଯାତ୍ରାରେ ମନ ଜିତିଲା ଲେଜର ଲାଇଟ୍ ଶୋ

ଭୁବନେଶ୍ବର: କଟକ ଐତିହାସିକ ବାଲିଯାତ୍ରାର ଦର୍ଶକଙ୍କ ମନ ମୋହୁଛି ଲେଜର ଲାଇଟ୍ ଶୋ। କିଣାବିକା ସହ ଚଟପଟି ଖାଦ୍ୟର ମଜା ଲୁଟିବାକୁ ପରିବାର ସହ ଛୁଟି ଆସୁଛନ୍ତି ଲୋକେ। ପ୍ରତ୍ୟେକ ଦିନ ବଲିଉଡ ଓ ଓଲିଉଡ କଳାକାର ଧୁମ ମଚାଉଥିଲା ବେଳେ ଆଜି ସଂଧ୍ୟା ନଇଁଲେ ବେଳେ ବଢିଥିଲା ପୁଣି ଭିଡ଼। ଲେଜର ଲାଇଟ୍ ଶୋକୁ ସ୍ୱତନ୍ତ୍ର ଆକର୍ଷଣ ଭାବରେ ଏକ ଚମତ୍କାର ଲେଜର ଶୋ’ ଆୟୋଜନ କରାଯାଇଥିଲା, ଯାହା ଭୁବନେଶ୍ୱରର ଶରଦ ଆଡଭର୍ଟାଇଜିଂ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମର ମନମୁଗ୍ଧକର ପ୍ରଦର୍ଶନ ଏବଂ ପ୍ରଶାସନର ସୁଗମ ପରିଚାଳନା ମାଧ୍ୟମରେ ଏଥର ବାଲିଯାତ୍ରା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା। ଫଳରେ ଲୋକଙ୍କ ସବୁଦିନ ଭିଡ଼ ଜମିବା ସାଙ୍ଗକୁ ଏହି ଯାତ୍ରାକୁ ଦର୍ଶକ ବେଶ ମନୋଭରି ଉପୋଭାଗ କରିଛନ୍ତି। ଏହି ଅବସରରେ ଐତିହାସିକ ବାଲିଯାତ୍ରା ପଡ଼ିଆ ନିକଟରେ ଥିବା ବିସ୍ତିର୍ନ ଜଳ ରାଶି ମଧ୍ୟରେ ଏକ ଅଦ୍ଭୁତ ଲେଜର ଶୋ’ର ଆୟୋଜନ କରାଯାଇଥିବାର ଦେଖିବାକୁ ମିଳିଥିଲା। ଚମତ୍କାର ଆଲୋକ ଏବଂ ସଂଗୀତ ସମୂହର ଏକ ଅବିସ୍ମରଣୀୟ ଦୃଶ୍ୟ ଚଳିତ ବର୍ଷର ବାଲିଯାତ୍ରାର ସବୁଠାରୁ ଚର୍ଚ୍ଚିତ ବୈଶିଷ୍ଟ୍ୟ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button