୧୩ରେ ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆସନ୍ତା ୧୩ ତାରିଖ ଦିନ ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ଦୌଡ଼ରେ ସାମିଲ ହେବେ। ଏହି ଏକତା ଦୌଡ଼ ନୀଳଗିରିରୁ ଆରମ୍ଭ ହୋଇ ମିତ୍ରପୁରରେ ଶେଷ ହେବ। ପରେ ସେଠାରେ ଏକ ସଭା ଆୟୋଜନ ହେବ। ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛି। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଇଁ ପ୍ରତି ସଂସଦୀୟ କ୍ଷେତ୍ରରେ ତିନୋଟି କରି ପଦଯାତ୍ରାର ଆୟୋଜନ କରାଯାଉଛି। ଯାହାର ଦୂରତା ୧୦ କିଲୋମିଟର ରହିଛି। ଏହି ପଦଯାତ୍ରା ପ୍ରଥମେ ନୀଳଗିରିରୁ ଆରମ୍ଭ ହେବ। ଏହାକୁ ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍‌ଘାଟନ କରିବେ। ନୀଳଗିରି ସହରରେ ଏକ ଜନସମାବେଶ ପରେ ପଦଯାତ୍ରା ମିତ୍ରପୁର ଅଭିମୁଖେ ଚାଲିବ। ପ୍ରତି ଦୁଇ କିଲୋମିଟର ମଧ୍ୟରେ ରହଣି ବ୍ୟବସ୍ଥା ରହିବ ଯେଉଁଠି ପୂର୍ବରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବ। ଏ ଯାତ୍ରା ମିତ୍ରପୁରରେ ସରିବ ଯେଉଁଠି ଜନସଭା ହେବ। ଏଥିରେ ପାଖାପାଖି ୧୦ ହଜାର ଲୋକ ସାମିଲ ହେବେ। ଅନ୍ୟପଟେ ଦେଶ ମିଶ୍ରଣରେ ନୀଳଗିରି ଗଡଜାତ ହୋଇଥିବାରୁ ଏକତା ଦୌଡ଼ର ଶୁଭାରମ୍ଭ ନୀଳଗିରିରୁ ଆରମ୍ଭ ହେବ। ନୀଳଗିରି ପରେ ଭୋଗରାଇ ଓ ବାଲେଶ୍ୱର ସହରରେ ଗଣଦୌଡ଼ ଅନୁଷ୍ଠିତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button