ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟ ମଣ୍ଡପକୁ ବନ୍ଦ କଲା ଏଏସଆଇ

ଭୁବନେଶ୍ବର: ସୂର୍ଯ୍ୟମନ୍ଦିର ସମ୍ମୁଖ ସ୍ଥିତ ନାଟ୍ୟ ମଣ୍ଡପରେ ସେଲ୍ଫି ନେବା ବେଳେ ଓ ଅସାବଧାନତା କାରଣରୁ ପର୍ଯ୍ୟଟକ ମାନେ ତଳକୁ ଖସି ପଡ଼ି ବାରମ୍ବାର ଦୁର୍ଘଟଣାର ଶିକାର ହେବା ଓ ମନୁମେଣ୍ଟ ଆଇନ ଅନୁଯାୟୀ ମନୁମେଣ୍ଟ ଉପରେ ଚଢ଼ିବା ବାରଣ ଥିବା କାରଣ ଦର୍ଶାଇ ଏ ଏସ ଆଇ କର୍ତ୍ତୃପକ୍ଷ ନାଟ୍ୟ ମଣ୍ଡପ ଉପରେ ପର୍ଯ୍ୟଟକ ମାନେ ବୁଲିବା ଉପରେ କଟକଣା ଜାରି କରିଛନ୍ତି। ନାଟ୍ୟ ମଣ୍ଡପ ର ଚାରି ଦ୍ଵାର ସମ୍ମୁଖରେ ଲୁହା ବାରିକେଟ ଲଗାଇ ବନ୍ଦ କରାଯାଇଛି । ଫଳରେ ହଜାର ହଜାର ପର୍ଯ୍ୟଟକ ନାଟମଣ୍ଡପ ଉପରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ବିକଳ୍ପ ବ୍ୟବସ୍ଥା ନକରି ଏ ଏସ ଆଇ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ନାଟ୍ୟ ମଣ୍ଡପ ବନ୍ଦ କରିବା ନିସ୍ପତି କୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି ।



