୩ ପ୍ରମୁଖ ରାଜନୈତିକ ଦଳର ପ୍ରଚାରରେ କମ୍ପୁଛି ନୂଆପଡ଼ା ମଇଦାନ

ଭୁବନେଶ୍ଵର: ପାଖେଇ ଆସୁଛି ନୂଆପଡ଼ା ଉପନିର୍ବାଚନ। ବିଜୟ ହାସଲ ଲକ୍ଷ୍ୟରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏହି ଧାରାରେ ସରକାରରେ ଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆ ଆଜି କୋମନା ବ୍ଲକ୍ ଅନ୍ତର୍ଗତ 3 ନମ୍ୱର ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ପ୍ରଚାର କରିଛନ୍ତି। ସେଠାରେ ସେ ବୟସ୍କ ନାଗରିକଙ୍କ ସହ ଭାବବିନିୟମ କରି ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତାଙ୍କ ପାଇଁ ପ୍ରଚାରରେ ସାମିଲ୍ ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍। ସେ କହିଛନ୍ତି, ଜୟ ଢୋଲକିଆଙ୍କ ବିଜୟ ସୁନିଶ୍ଚିତ। ସେପଟେ ପ୍ରମୁଖ ବିରୋଧୀ ଦଳ ବିଜେଡି ମଧ୍ୟ ପ୍ରଚାରରେ ଲାଗିପଡିଛି। ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମା ସୁନାଦେଇଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ସୁନାବେଡ଼ା ଅଭୟାରଣ୍ୟରେ ସ୍ଥାନୀୟ ଆଦିମ ଜନଜାତି ବର୍ଗର ବ୍ୟକ୍ତିବିଶେଷଙ୍କ ଗହଣରେ ପ୍ରଚାର କରିଛନ୍ତି। ସୁନାବେଡାକୁ ଶୁଦ୍ଧ ପାନୀୟ ଜଳ, ଓସାରିଆ ରାସ୍ତା ସହ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ଲୋକେ ଦାବି କରିଥିବା ବେଳେ ପ୍ରଚାରରେ ଚକୋଟିଆ ଭୂଞ୍ଜିଆ ମହିଳାମାନେ ମଧ୍ୟ ନିଜର ସୁବିଧା ସୁଯୋଗ ଦାବି କରିଛନ୍ତି। ସେହିପରି ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ନିଜର ପ୍ରଭାବ ବିସ୍ତାର କରିଥିବା ଘାସିରାମ ମାଝୀ ଏଥର କଂଗ୍ରେସ ଟିକେଟରୁ ଲଢୁଛନ୍ତି। ସେ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ନୂଆପଡ଼ାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ କାମ କରିବେ ବୋଲି ପ୍ରକାଶ କରିଛନ୍ତି। ଦଳର ତାରକ ପ୍ରଚାରକମାନେ ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button