ଟ୍ରକ ପଛପଟୁ ଧକ୍କା ଦେଲା ବସ: ଡ୍ରାଇଭର ଓ ହେଲପର ମୃତ, ୭ ଗୁରୁତର

ଭୁବନେଶ୍ବର: ବିଳମ୍ବିତ ରାତିରେ ୧୬ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜାର ୫୦୦ମିଟର ପୂର୍ବରୁ ଡଲଫିନ ନାମକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ଡ୍ରାଇଭର ଓ ହେଲ୍ପର ମୃତ, ୭ ଯାତ୍ରୀ ଗୁରୁତର, ୩ଜଣ ଯାତ୍ରୀ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ । ଢେଙ୍କାନାଳ ନୃସିଂହପୁରରୁ କଲିକତା ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ବସଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଖରାପ ହୋଇ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ।



