ଅନଲାଇନ୍ ଗେମିଂ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚକୁ ସଫଳତା, ପଶ୍ଚିମବଙ୍ଗରୁ ତୃତୀୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଅନଲାଇନ୍ ଗେମିଂ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚକୁ ସଫଳତା। ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରୁ ତୃତୀୟ ଅଭିଯୁକ୍ତ ଗିରଫ। ପୂର୍ବରୁ ୨ ଜଣ ଗିରଫ ହୋଇଥିଲେ। ଏବେ ଆଉ ଜଣଙ୍କୁ ଧରିବାରେ କ୍ରାଇମବ୍ରାଞ୍ଚ୍ ସଫଳ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ସୁକାନ୍ତପଲ୍ଲୀ ଗାଁର ସୁଗତ ମଜୁମଦାର (୨୯ ବର୍ଷ)। ଆଜି ତାଙ୍କୁ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଛି। ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ସାଇବର୍ ଠକମାନେ ଅନଲାଇନ୍ ଗେମିଂ ପ୍ଲାଟଫର୍ମରେ ବ୍ୟବସାୟ କରିବାକୁ ପ୍ରବର୍ତ୍ତାଇଥିଲେ ଏବଂ ତାଙ୍କୁ ଏକ କୋଟି ଆଠ ଲକ୍ଷ ଅଣସ୍ତୁରି ହଜାର ଚାରି ଶହ କୋଡ଼ିଏ ଟଙ୍କା ଟ୍ରାନ୍ସଫର କରିବାକୁ ବାଧ୍ୟ କରିଥିଲେ। ପ୍ରାରମ୍ଭିକ କ୍ଷତି ସତ୍ତ୍ୱେ, ସେ ଅଧିକ ନିବେଶ କରିବାକୁ ରାଜି ହୋଇଥିଲେ। ହେଲେ ଟଙ୍କା ଉଠାଇବା ସମୟରେ ସାଇବର୍ ଠକମାନେ ଅତିରିକ୍ତ ଟଙ୍କା ଦାବି କରିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଠକେଇର ଶିକାର ହୋଇଥିବା ଜାଣିପାରି ସାଇବର୍ ଥାନାର ଦ୍ଵାରସ୍ଥ ହୋଇଥିଲେ। ଡେପୁଟି ଏସ୍ପି ଦିପ୍ତୀମୟୀ ମଲ୍ଲିକଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଟିମ୍ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ ଆଧାରରେ ତଦନ୍ତ ଚଳାଇଛି। ଏହି ମାମଲାରେ ୨ ଜଣ ଅଭିଯୁକ୍ତ ପୂର୍ବରୁ ଗିରଫ ହୋଇଥିଲେ। ଏବେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରୁ ତୃତୀୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଯୁବକ ଜଣକ ପଶ୍ଚିମବଙ୍ଗ ସୁକାନ୍ତପଲ୍ଲୀ ଗାଁର ସୁଗତ ମଜୁମଦାର (୨୯ ବର୍ଷ) ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ୍ ଫୋନ୍, ସିମ୍, ହାର୍ଡ ଡିସ୍କ ଇତ୍ୟାଦି ଜବତ ହୋଇଛି।



