ମିହିର ମେହେର ହେଲେ ଓଡ଼ିଶା ନାଟ୍ୟସଂଘର ସଭାପତି

ଭୁବନେଶ୍ୱର: ସୁଭେଚ୍ଛାର ସୁଅ ଛୁଟୁଛି…ନାଟ୍ୟକାର ତଥା ନାଟ୍ୟ-ନିର୍ଦ୍ଦେଶକ ମିହିର ମେହେରଙ୍କ ପ୍ରଶଂସା ଚାରିଆଡେ ହେଉଛି । ଓଡ଼ିଶା ନାଟ୍ୟସଂଘର ସାଧାରଣ ପରିଷଦ ବୈଠକ ତଥା ନିର୍ବାଚନ ବ୍ରହ୍ମପୁରର ଏକ ଘରୋଇ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମିହିର ମେହର ସଭାପତି, ସୁଧାଂଶୁ ମୋହନ ଦ୍ୱିବେଦୀ ସମ୍ପାଦକ ଏବଂ ଅବିନାଶ ଦଣ୍ଡପାଟ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

ଏହା ସହ ୪ ମଣ୍ଡଳରେ ୪ ଜଣ ଉପସଭାପତି, ଯୁଗସମ୍ପାଦକ ମଧ୍ୟ ନିର୍ବାଚିତ ହୋଇଛନ୍ତି। ନାଟ୍ୟସଂଘର ମୁଖ୍ୟ ଉପଦେଷ୍ଟା ଭାବେ ବିଭାଗୀୟ ମନ୍ତ୍ରୀ ରହିବା ନେଇ ନିଷ୍ପତ୍ତି ହୋଇଛି। ନାଟ୍ୟସଂଘରେ ରାଜ୍ୟର ୧୬୨ଟି ନାଟ୍ୟ ଅନୁଷ୍ଠାନ ରହିଥିବା ବେଳେ ନିର୍ବାଚନରେ ୧୨୮ଟି ନାଟ୍ୟ ସଂସ୍ଥା ସାମିଲ ହୋଇଥିଲେ ।

ପ୍ରତି ସଂସ୍ଥାରୁ ଦୁଇଜଣ ଲେଖାଏଁ ମୋଟ ୨୬୦ ଜଣ ଭୋଟ ଦେଇଥିଲେ। ଲକ୍ଷ୍ମୀଧର ପୂଜାପଣ୍ଡାଙ୍କୁ ପରାଜିତ କରି ସଭାପତି ଭାବେ ମିହିର ନିର୍ବାଚିତ ହୋଇଥିବା ବେଳେ ଦେବାନନ୍ଦ ନାୟକଙ୍କୁ ପରାଜିତ କରି ସୁଧାଂଶୁ ମୋହନ ଦ୍ୱିବେଦୀ ସମ୍ପାଦକ ଏବଂ ଶୁଶୀଲ କୁମାର ପଟ୍ଟନାୟକଙ୍କୁ ପରାଜିତ କରି ଅବିନାଶ ଦଣ୍ଡପଟ କୋଷାଧ୍ୟକ୍ଷ ହୋଇଛନ୍ତି।

ସେହିପରି ପୂର୍ବ ମଣ୍ଡଳର ଉପସଭାପତି ଭାବେ ଜିତେନ୍ଦ୍ର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭାବେ ଗୋବିନ୍ଦ ମହାନ୍ତି ନିର୍ବାଚିତ ହୋଇଛନ୍ତି । ପଶ୍ଚିମ ମଣ୍ଡଳର ପ୍ରଦୀପ କୁମାର ପଣ୍ଡା, ପ୍ରଭାସ ରଞ୍ଜନ ମହଲା, ଉତ୍ତର ମଣ୍ଡଳର କୁମରମଣି ମେହର, ଡ କୁମାର ଗୋପାଳ ଏବଂ ଦକ୍ଷିଣ ମଣ୍ଡଳର ଭବାନୀଶଙ୍କର ମିଶ୍ର ଏବଂ ସମୀର ମହାପାତ୍ର ଉପସଭାପତି ଓ ଯୁଗ୍ମ ସମ୍ପାଦକ ନିର୍ବାଚିତ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button