ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତର ବାୟୁସେନା ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ପାଲଟିଛି। ୱାର୍ଲ୍ଡ ଡାୟରେକ୍ଟରୀ ଅଫ ମଡର୍ନ ମିଲିଟ୍ରୀ ଏୟାରକ୍ରାଫ୍ଟ ଦ୍ୱାରା ପ୍ରକାଶିତ ସଦ୍ୟତମ ରାଙ୍କିଙ୍ଗରେ ଭାରତୀୟ ବାୟୁସେନା ଚୀନକୁ ପଛରେ ପକାଇ ଦେଇଛି। ଆମେରିକା ପ୍ରଥମ ସ୍ଥାନରେ, ରୁଷ ଦ୍ୱିତୀୟ ସ୍ଥାନରେ ଏବଂ ତା’ପରେ ଭାରତ ରହିଛି। ଯଦିଓ ଚୀନ ପାଖରେ ଭାରତ ତୁଳନାରେ ଅଧିକ ସାମରିକ ବିମାନ ଅଛି, ତଥାପି ୱାର୍ଲ୍ଡ ଡାୟରେକ୍ଟରୀ ଅଫ ମଡର୍ନ ମିଲିଟ୍ରୀ ଏୟାରକ୍ରାଫ୍ଟ (WDMMA) ର ରାଙ୍କିଙ୍ଗ ବାୟୁସେନାର ମାରକ କ୍ଷମତା ଉପରେ ଆଧାରିତ।