ଦୁଇ ଦିନରେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ: କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଗତ ଦୁଇ ଦିନ ମଧ୍ୟରେ ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ୨୫୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ଯାହା ନକ୍ସଲବାଦ ବିରୋଧରେ ଆମର ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସେ କହିଥିଲେ, ଛତିଶଗଡ଼ରେ ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଗତକାଲି ୨୭ ଜଣ ଛତିଶଗଡ଼ରେ ଏବଂ ୬୧ ଜଣ ମହାରାଷ୍ଟ୍ରରେ ଅସ୍ତ୍ର ସମର୍ପଣ କରିଛନ୍ତି। ଭାରତର ସମ୍ବିଧାନ ଉପରେ ସେମାନଙ୍କର ବିଶ୍ୱାସକୁ ଦୋହରାଇ ହିଂସା ପରିତ୍ୟାଗ କରିବା ଲାଗି ସେମାନଙ୍କ ନିଷ୍ପତ୍ତିକୁ ଗୃହମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହା ଏହି ସତ୍ୟର ପ୍ରମାଣ ଦେଉଛି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏହି ବିପଦର ଅବସାନ ପାଇଁ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ନକ୍ସଲବାଦ ଶେଷ ନିଃଶ୍ୱାସ ପ୍ରଶ୍ୱାସ ନେଉଛି। ଏକ୍ସରେ ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, “ନକ୍ସଲବାଦ ବିରୋଧରେ ଆମର ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ଛତିଶଗଡ଼ରେ ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଗତକାଲି ଛତିଶଗଡେର ୨୭ ଜଣ ଅସ୍ତ୍ରଶସ୍ତ୍ର ସମର୍ପଣ କରିଥିଲେ। ମହାରାଷ୍ଟ୍ରରେ ଗତକାଲି ୬୧ ଜଣ ମୁଖ୍ୟଧାରାକୁ ଫେରିଥିଲେ। ଗତ ଦୁଇ ଦିନ ମଧ୍ୟରେ ମୋଟ ୨୫୮ ଜଣ ବାମପନ୍ଥୀ ଉଗ୍ରବାଦୀ ହିଂସା ଛାଡ଼ିଛନ୍ତି। ଭାରତର ସମ୍ବିଧାନ ଉପରେ ସେମାନଙ୍କର ବିଶ୍ୱାସକୁ ଦୋହରାଇ, ହିଂସାକୁ ପରିତ୍ୟାଗ କରିବାର ସେମାନଙ୍କର ନିଷ୍ପତ୍ତିକୁ ମୁଁ ପ୍ରଶଂସା କରୁଛି। ଏହା ଏହି ସତ୍ୟକୁ ପ୍ରମାଣିତ କରେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି ବିପଦର ଅବସାନ ପାଇଁ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ନକ୍ସଲବାଦ ଶେଷ ନିଃଶ୍ୱାସ ପ୍ରଶ୍ୱାସ ନେଉଛି। ମୋଦୀ ସରକାରଙ୍କ ନୀତି ସ୍ପଷ୍ଟ: ଯେଉଁମାନେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ, ଏବଂ ଯେଉଁମାନେ ବନ୍ଧୁକ ଚଳାଇବେ ସେମାନେ ଆମ ସେନାର ସମ୍ମୁଖୀନ ହେବେ। ଯେଉଁମାନେ ଏବେବି ନକ୍ସଲବାଦର ପଥରେ ଅଛନ୍ତି, ସେମାନଙ୍କୁ ମୁଁ ପୁଣିଥରେ ନିବେଦନ କରୁଛି ଯେ ସେମାନେ ନିଜର ଅସ୍ତ୍ରଶସ୍ତ୍ର ତ୍ୟାଗକରି ମୁଖ୍ୟଧାରାରେ ସାମିଲ ହୁଅନ୍ତୁ। ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦକୁ ମୂଳପୋଛ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

Related Articles

Leave a Reply

Your email address will not be published. Required fields are marked *

Back to top button