ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର: ବିଜେଡିକୁ ଶକ୍ତ ଝଟକା । ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ  ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରି ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ । ବିଜେପିର ଏହି ମିଶ୍ରଣ ପର୍ବରେ ବସନ୍ତ ପଣ୍ଡା , ସୁରେଶ  ପୂଜାରୀ  ଉପସ୍ଥିତ ଅଛନ୍ତିା  ନୂଆପଡା ଉପନିର୍ବାଚନରେ ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେବା ସମ୍ଭାବନା ରହିଛି । ବିଜେପି ପାର୍ଟି ଅଫିସରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।ସୂଚନାଥାଉ କି କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ବିଜେପି କି ବିଜେଡି ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହାଁନ୍ତି । ବିଳମ୍ବ ହେଉଥିବାରୁ ବିଜେପି, ବିଜେଡି ପ୍ରାର୍ଥୀ କିଏ ହେବ, ସେନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ସେଥିପାଇଁ ଜୟ ଢୋଲକିଆ ଏବେ ଫୋକସ୍‌ରେ ରହିଛନ୍ତି ।  ବିଜେପିରେ ମିଶି  ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି  ଜୟ ଢୋଲକିଆ ।

Related Articles

Leave a Reply

Your email address will not be published. Required fields are marked *

Back to top button