ପୋଲିସ ଏଏସଆଇ ପରୀକ୍ଷା ମହାଦୁର୍ନିତିର ତଦନ୍ତ କରିବେ କ୍ରାଇମ ବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ

ଭୁବନେଶ୍ବର: ପୋଲିସ ଏଏସଆଇ ପରୀକ୍ଷା ମହାଦୁର୍ନିତିର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ। ଏ ନେଇ କ୍ରାଇମ ବ୍ରାଞ୍ଚ ତରଫରୁ ସୂଚନା ଦିଆଯାଇଛି। ବ୍ରହ୍ମପୁର ଗୋଳନ୍ଥରା ଥାନାରେ ହୋଇଥିବା ସମସ୍ତ ମାମଲା ତାଙ୍କ ଦ୍ବାରା ପରିଚାଳିତ ହେବ। ଏ ସଂକ୍ରାନ୍ତର ସବୁ ମାମଲାରେ ସେ ତଡନ୍ତ କରିବେ। ତେବେ ଏହି ତଦନ୍ତକୁ ସୁପରଭିଜନ କରିବେ ଏସପି ଅନୀଲ ବେଉରିଆ। ତେବେ ଏହି ଘଟଣାରେ ରାଜନୈତିକ ସଂପୃକ୍ତି ରହିଛି ବୋଲି ସନ୍ଦେହ ସୃଷ୍ଟି ହେଲାଣି। ସେଥିପାଇଁ ତଦନ୍ତ ଦିଗହରା ନ ହେବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଠା କରୁଛି। ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରୢାକେଟ୍‌ ପଛର ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସିଲିକନ୍‌ ଟେକ୍‌ ଲ୍ୟାବ୍‌ର ମାଲିକଙ୍କ ସମେତ ୫ରୁ ଅଧିକଙ୍କୁ ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି। ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁରସ୍ଥିତ ପଞ୍ଚସଫ୍‌ଟ ଏବଂ ଅନ୍ୟ ୩ଟି ଅଫିସରେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଫିସ୍‌କୁ ସିଲ୍‌ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button