ବିଜେଡ଼ି ର ବିକ୍ଷୋଭ: ବିଧାନସଭା ଘେରାଉ ବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି

ଭୁବନେଶ୍ଵର: ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ଆଜି ବିଜେଡ଼ି ବିଧାନସଭା ଘେରାଉ କରିଛି। ଏହି ସମୟରେ ଲୋୟର ପିଏମଜିରେ ପୋଲିସ ଏବଂ ବିଜେଡ଼ି କର୍ମୀମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡ଼ିର ବରିଷ୍ଠ ନେତା ଓ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇ ପ୍ରଥମ ବ୍ୟାରିକେଡ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ଭାଙ୍ଗିବାକୁ ପ୍ରୟାସ କରୁଥିବା ବେଳେ ପୁଲିସ ସେମାନଙ୍କୁ ବାଧାଦେଇଥିଲା। ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡକୁ ଅଗ୍ରସର ହେଉଥିବା ବେଳେ ବିଜେଡି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି। ବିକ୍ଷୋଭରେ ସରପଞ୍ଚ, ୱାର୍ଡମେମ୍ବର ଓ ଜିଲ୍ଲା ପରିଷଦ ପ୍ରତିନିଧିମାନେ ସାମିଲ ହୋଇ ବିକ୍ଷୋଭ କରିଛନ୍ତି।