କମ୍ପ୍ୟୁଟର ବିଜ୍ଞାନରେ ବିଶ୍ୱର ଶୀର୍ଷ ତାଲିକାରେ ଓଡ଼ିଶାର ଯୁବ ବୈଜ୍ଞାନିକ ଡଃ ସଚି ନନ୍ଦନ ମହାନ୍ତି

ଭୁବନେଶ୍ୱର: କମ୍ପ୍ୟୁଟର ବିଜ୍ଞାନରେ ବିଶ୍ୱର ଶୀର୍ଷ ଦୁଇ ପ୍ରତିଶତ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଯୁବ ବୈଜ୍ଞାନିକ ଡଃ ସଚି ନନ୍ଦନ ମହାନ୍ତି। ସେ ଓଡ଼ିଶାର ରାଜଧାନୀ ଭବନେଶ୍ୱର ନିକଟସ୍ଥ ଉତ୍ତର ମୁଣ୍ଡମୁହାଣ, ଜାଆଁଳା ଠାରେ ଜନ୍ମ ଗ୍ରହଣ କରିଥିଲେ ବି ବିଶ୍ୱର ବିଭିନ୍ନ ଦେଶ ବୁଲି କମ୍ପ୍ୟୁଟର ବିଭାଗର ସୂଚନା ପ୍ରଯୁକ୍ତି ଓ ସଂଯୋଗ ପରିସର ଭୁକ୍ତ କୃତ୍ରିମ ବୁଦ୍ଧିମତ୍ତା ଓ ଇମେଜ ପ୍ରୋସେସିଂ ଭଳି ସନ୍ଦର୍ଭ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ତାଙ୍କ ପାରିବାପଣିଆ କୁ ବହୁତ୍ ଉଚ୍ଚକୁ ନେଇଯାଇଛି।ସେ ୧୯୧୫ ମସିହାରେ ଆଇ ଆଇ ଟି ଖଡ଼ଗପୁର ରେ କମ୍ପ୍ୟୁଟର ବିଜ୍ଞାନରେ ପି ଏଚ ଡି ଡିଗ୍ରୀ ହାସଲ କରିବା ସହିତ ୨୦୧୯ ମସିହାରେ ଆଇ ଆଇ ଟି କାନପୁର ରେ ପୋଷ୍ଟ ଡକ ଡିଗ୍ରୀ ହାସଲ କରିଥିଲେ। ଡଃ ମହାନ୍ତି ତାଙ୍କ ପି ଏଚ ଡି ସମୟରେ ଆନ୍ତର୍ଜାତୀୟସମ୍ମିଳନୀରେ ୬ଟି ସର୍ବଶ୍ରେଷ୍ଠ ପେପର ପାଇଁ ପୁରସ୍କୃତ ହୋଇଛନ୍ତି, ଯାହାକି ୨୩୨ଗୋଟି ଆନ୍ତର୍ଜାତୀୟ ପତ୍ରିକାରେ ଉକ୍ତ ସନ୍ଦର୍ଭ ସ୍ଥାନ ପାଇ ପ୍ରକାଶିତ ହୋଇଅଛି।ସେ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରସ୍, ଆଈ ଇ ଟି ଇ,ଆଇ ଏନ ଏ ଆଇ ଓ ଆଇ ଇ ଇ ଇ କମ୍ପ୍ୟୁଟର ସୋସାଇଟ, ହାଇଦ୍ରାବାଦ ଚାପ୍ଟର ର ସଦସ୍ୟ ଭାବେ ନିର୍ବାଚିତ ହୋଇ ଭାରତ ସରକାର ଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ତରଫରୁ ପୁରସ୍କୃତ ହୋଇଛନ୍ତି। ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ତାଙ୍କ ରଚିତ ପୁସ୍ତକ ଆପ୍ଲିକେସନ୍ ଅଫ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇନ୍ କୋଭିଡ ୧୯ କୁ ଉଦ୍ଘାଟନ କରିଥିଲେ। ଡଃ ମହାନ୍ତି ତାଙ୍କ ଗବେଷଣାରେ ସେ ଡାଟା ମାଇନିଙ୍ଗ, ବିଗ ଡାଟା ଆନାଲିସିସ, ମସ୍ତିଷ୍କ କମ୍ପ୍ୟୁଟର ଇଣ୍ଟରଫେସ୍ କମ୍ପ୍ୟୁଟେସନାଲ ଇଣ୍ଟେଲିଜେନ୍ସ ଅନ୍ତର୍ଗତ ହୋଇଅଛି।ସେ ଏବେ ଆନ୍ଧ୍ର ପ୍ରଦେଶର ଭିଆଇଟି -ଏପି ବିଶ୍ୱବିଦ୍ୟାଳୟରେ ପ୍ରଫେସର୍ ଭାବେ କାର୍ଯ୍ୟରତ ଥିବା ସ୍ଥଳେ ଆଇ ସି ଆଇ ଏସ ଏମ ଏଲ୍ ଭଳି ଦୁଇଗୋଟି ଆନ୍ତର୍ଜାତୀୟ ସମ୍ମିଳନୀର ସାଧାରଣ ଅଧ୍ୟକ୍ଷ ଭାବେ ନେତୃତ୍ଵ ଦେଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button