ଗତ ବର୍ଷ ଓଡିଶାକୁ ଆସିଛନ୍ତି ୫୩ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ବର: ଓଡିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଗତବର୍ଷ ୫୩ ହଜାରକୁ ଅତିକ୍ରମ କରିଯାଇଛି । ଏହା ସର୍ବାଧିକ। ସେହିଭଳି ଅନ୍ୟ ରାଜ୍ୟରୁ ବି ଓଡିଶାକୁ ପ୍ରାୟ ୪୪ଲକ୍ଷ ପର୍ଯ୍ୟଟକ ଆସିଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୨୨ ମସିହାରୁ ଓଡିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୨୨ରେ ରାଜ୍ୟକୁ ୨୨,୧୨୧ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୪୫ ହଜାରକୁ ଅତିକ୍ରମ କରିଥିଲା। ୨୦୨୪ରେ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୫୩,୩୦୨ ରହିଥିଲା । ସେହିଭଳି ଅନ୍ୟ ରାଜ୍ୟରୁ ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବି ଏହି ତିନି ବର୍ଷରେ ବୃଦ୍ଧି ପାଇଛି ।