କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ, ଆରବିଜି ଲ୍ୟାବ୍ସ, ଆଇଆଇଟି ମାଡ୍ରାସ ସହଯୋଗରେ କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ଦୃଷ୍ଟିକୋଣ ଅନୁରୂପ ଏହି ପ୍ରୟାସ ଭୁବନେଶ୍ୱରରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ ହୋଇଥିଲା। ଭୁବନେଶ୍ବରରେ ଶୂନ ଦୁର୍ଘଟଣା ଦିବସର ସଫଳତା ଫଳରେ ଏହାକୁ ଅନ୍ୟତ୍ର କାର୍ଯ୍ୟକାରୀ କରାଯିବ। କେନ୍ଦୁଝରରେ ଏହି ଅଭିଯାନ ୧୪ ଦିନ ଧରି ଚାଲିବ। ଶିକ୍ଷା, ସଚେତନତା, କାର୍ଯ୍ୟକାରିତା ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ ସମନ୍ୱିତ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି। କେନ୍ଦୁଝର ଦୁର୍ଘଟଣା ପ୍ରବଣ ଜିଲ୍ଲା ହୋଇଥିବାରୁ ଏହାକୁ ରଣନୀତିକ ଭାବେ ବଛାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button