ଓଡ଼ିଶାର ୨ ଶିକ୍ଷକଙ୍କୁ ସମ୍ମାନିତ

ନୂଆଦିଲ୍ଲୀ: ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ  ଆରମ୍ଭ ହୋଇଛି । ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ଓଡିଶାର ୨ ଜଣ ଶିକ୍ଷକଙ୍କୁ ମିଳିଳା ଜାତୀୟ  ଶିକ୍ଷକ ସମ୍ମାନ-୨୦୨୫ । ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ ସମ୍ମାନୀତ ହୋଇଛନ୍ତି । ମାଲକାନଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ବସନ୍ତ ରଣା । କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ ଦାଶ ।

Related Articles

Leave a Reply

Your email address will not be published. Required fields are marked *

Back to top button