ଜଳିଗଲା ଆମ ବସ, ଚଳନ୍ତା ଅବସ୍ଥାରେ ଲାଗିଥିଲା ନିଆଁ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ବସ (ଓଡି-୩୩, ୟୁ-୭୩୪୯) ଜଗତପୁରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ଗଡ଼ିଖୋର୍ଦ୍ଧା ଛକ ନିକଟରେ ହଠାତ୍ ବସର ଇଞ୍ଜିନରୁ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। ଆଜି ମଧ୍ୟାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ନିକଟସ୍ଥ ଗଡ଼ଖୋର୍ଦ୍ଧା ଛକରେ ଏକ ଚଳନ୍ତା ଆମ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ବସଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ମିଳିଥିବା ଖବରରୁ ଜଣାପଡ଼ିଛି ଯେ, ଶଟ୍‌ସର୍କିଟ୍‌ରୁ ଯୋଗୁ ନିଆଁ ଲାଗିଥାଇପାରେ, ଯଦିଓ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବସରେ ୩୦ରୁ ଅଧିକ ଯାତ୍ରୀ ଥିବା ଜଣାପଡ଼ିଛି। ଡ୍ରାଇଭରଙ୍କ ତତ୍ପରତା ଯୋଗୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସରୁ ବାହାର କରାଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ତାହା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବାରମ୍ବାର ଆମ ବସରେ ଅଘଟଣ ଘଟୁଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନେକ ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦା ଓଡ଼ିଶା ରାଜ୍ୟ ପରିବହନ ନିଗମର ବସଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ମାନଦଣ୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button